ଓଡିଶା

odisha

By

Published : Sep 11, 2020, 10:48 PM IST

ETV Bharat / sitara

ଡୋପ୍ ଟେଷ୍ଟ କରିବାକୁ ମନା କଲେ ସଞ୍ଜନା-ରାଗିଣୀ

କନ୍ନଡ ଅଭିନେତ୍ରୀ ସଞ୍ଜନା ଗାଲରାନି ଏବଂ ରାଗିଣୀ ଦ୍ବିବେଦୀ ଡୋପ ଟେଷ୍ଟ କରିବାକୁ ମନା କରିଛନ୍ତି । କିନ୍ତୁ ପରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଯୁକ୍ତି କରିବା ପରେ ପରୀକ୍ଷଣ ପାଇଁ ସେ ରକ୍ତ ନମୁନା ଦେଇଥିଲେ। ଅଧିକ ପଢନ୍ତୁ...

kannada actors sanjjanaa and ragini decline to get dope test done
ଡୋପ୍ ଟେଷ୍ଟ କରିବାକୁ ମନା କଲେ ସଞ୍ଜନା-ରାଗିଣୀ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ସଞ୍ଜନା ଗାଲରାନି ଏବଂ ରାଗିଣୀ ଦ୍ବିବେଦୀ ଡୋପ୍ ଟେଷ୍ଟ କରିବାକୁ ମନା କରିଦେଇଛନ୍ତି।

ପୋଲିସ ଉଭୟଙ୍କ ଡୋପ ପରୀକ୍ଷା କରିବା ପାଇଁ କେସି ହସ୍ପିଟାଲକୁ ଆଣିଥିଲେ । ଯେଉଁଠାରେ ସେ ସିସିବି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରି ସେମାନଙ୍କୁ ଗାଳି ଦେଇଥିଲେ, "ତୁମେ ଆମକୁ ଏଠାକୁ କାହିଁକି ଆଣିଲ? ତୁମେ କାହିଁକି ହଇରାଣ କରୁଛ?"

କୋର୍ଟଙ୍କ ଅନୁମତି କ୍ରମେ ସିସିବି ଅଭିନେତ୍ରୀମାନଙ୍କୁ ଏକ ଡୋପ୍ ଟେଷ୍ଟ ପାଇଁ ଆଣିଥିଲା । ସମସ୍ତ ବିଶୃଙ୍ଖଳା ସତ୍ତ୍ବେ ସିସିବି ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ଜାରି ରଖିଥିଲେ ଏବଂ ଡ୍ରଗ୍ସ ପରୀକ୍ଷା ପାଇଁ ସେମାନଙ୍କ ରକ୍ତ ନମୁନା ନେଇଥିଲେ।

ଅଭିନେତ୍ରୀମାନେ ରକ୍ତ ନମୁନା ଦେବା ବିରୋଧ କରି କହିଥିଲେ ଯେ ଏହା ସେମାନଙ୍କ ଗ୍ଲାମରର କ୍ଷତି କରିବ । ଦୁଇ ଘଣ୍ଟାରୁ ଅଧିକ ସମୟ ଯୁକ୍ତିତର୍କ କରିବା ପରେ ଡାକ୍ତରମାନେ ସେମାନଙ୍କ ନମୁନା ନେବାରେ ସଫଳ ହୋଇଥିଲେ।

ସୂତ୍ରରୁ ପ୍ରକାଶ, ଏହି ପରୀକ୍ଷା ନିଶ୍ଚିତ ହେବ ଯେ ଅଭିଯୁକ୍ତମାନେ ନିକଟରେ ଡ୍ରଗ୍ସ ନେଇଛନ୍ତି କି ନାହିଁ ।

ସଞ୍ଜନା କହିଛନ୍ତି, ମୋର ନା କହିବାର ଅଧିକାର ଅଛି, ମୋତେ ପରୀକ୍ଷା କରିବାକୁ କେହି ବାଧ୍ୟ କରିପାରିବେ ନାହିଁ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ସଞ୍ଜନା କହିଛନ୍ତି, ପରୀକ୍ଷାକୁ ନା କହିବା ମୋର ମୌଳିକ ଅଧିକାର । ମୋର ଓକିଲ ମୋତେ କହିଛନ୍ତି" ।

ABOUT THE AUTHOR

...view details