ଓଡିଶା

odisha

ପ୍ରିନ୍ସ ଚାର୍ଲ୍ସ କୋରୋନା ସଂକ୍ରମିତ, କନିକାଙ୍କୁ ଦୋଷାରୋପ

By

Published : Mar 26, 2020, 1:22 PM IST

କୋରୋନା ଭାଇରସ ଆତଙ୍କ ପୁରା ବିଶ୍ବରେ ଚହଳ ସୃଷ୍ଟି କରିଥିଛି। ଏବେ ଏହି ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି 71 ବର୍ଷିୟ ବ୍ରିଟିଶ ପ୍ରିନ୍ସ ଚାର୍ଲସ।

_kanika kapoor
ଡିଜାଇନ ଫଟୋ

ମୁମ୍ବାଇ: ଫେମସ ଗାୟିକା କନିକା କପୁରଙ୍କ ତୃତୀୟ କୋରୋନା ଭାଇରାସ ଟେଷ୍ଟ ପଜେଟିଭ ବାହାରିଛି। କନିକା ଗତ 9 ତାରିଖରେ ଲଣ୍ଡନରୁ ଫେରିଥିଲେ। ଆଉ ଖୁଲାସା କରିଥିଲେ ଯେ 20 ତାରିଖରେ ତାଙ୍କ କୋରୋନା ଟେଷ୍ଟ ହେବାର ଚାରିଦିନ ପୂର୍ବରୁ ତାଙ୍କ ମଧ୍ୟରେ ଏହି ମହାମାରୀର ଲକ୍ଷଣ ଦେଖିବାକୁ ମିଳିଥିଲା।

ଫଟୋ ସୌଜନ୍ୟ: ଟ୍ବିଟର

ଅନ୍ୟପଟେ ଏବେ ବ୍ରିଟିଶ ପ୍ରିନ୍ସ ଚାଲର୍ସଙ୍କ କୋରୋନା ଟେଷ୍ଟ ପଜେଟିଭ ବାହାରିଛି। ରାଜାପରିବାରର ସଦସ୍ୟଙ୍କୁ କୋରୋନା ସଂକ୍ରମିତ ହେବା ଖବର ସାମ୍ନାକୁ ଆସିବା ମାତ୍ରେ, କନିକାଙ୍କ ସହ ତାଙ୍କ ଫଟୋ ଭଇରାଲ ହୋଇଛି। ଆଉ କନିକାଙ୍କୁ ଏହାର ଦୋଷୀ ସୋସିଆଲ ମିଡିଆରେ କୁହାଯାଉଛି ।

ଫଟୋ ସୌଜନ୍ୟ: ଟ୍ବିଟର

ସୋସିଆଲ ମିଡିଆ ୟୁଜର୍ସଙ୍କ ଅନୁଯାୟୀ କନିକା ଲଣ୍ଡନରେ ପ୍ରିନ୍ସ ଚାର୍ଲସଙ୍କୁ ଦେଖା କରିଥିଲେ। ଯାହାଦ୍ବାରା ସେ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି। ଭାଇରାଲ ହେଉଥିବା ଫଟୋରେ କନିକା ଏକ ଇଭେଣ୍ଟରେ ଚାର୍ଲସଙ୍କ ସହ ସାକ୍ଷାତ କରିଥିବାର ନଜର ଆସୁଛନ୍ତି।

ଖାଲି ଏତିକି ନୁହେଁ ଭାରତରେ କିଛି ଦିନରୁ ଚର୍ଚ୍ଚାରେ ଥିବା କନିକାଙ୍କୁ ନେଇ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଯେ ସେ ରାଜା ପରିବାରକୁ ମଧ୍ୟ ଛାଡିଲେ ନାହିଁ । ପୂର୍ବରୁ ମଧ୍ୟ ତାଙ୍କର ଅନେକ ସମାଲୋଚନା ହୋଇସାରିଛି ।

ABOUT THE AUTHOR

...view details