ଲକ୍ଷ୍ମୌ: ନିକଟରେ କୋରୋନା ଆକ୍ରାନ୍ତରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକପ୍ରିୟ ଗାୟିକା କନିକା କପୁରଙ୍କ ବଡ ନିଷ୍ପତ୍ତି । ସେ କୋରୋନା ସଂକ୍ରିମତଙ୍କ ଚିକିତ୍ସା ପାଇଁ ନିଜ ପ୍ଲାଜମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପାଇଁ ସେ ଲକ୍ଷ୍ନୌର ଏସଜିପିଜିଆଇରେ ସମ୍ପର୍କ କରିଛନ୍ତି । ଆଜି(ସୋମବରା)ସନ୍ଧ୍ୟାରେ ଡାକ୍ତର ଟିମ ତାଙ୍କ ଘରକୁ ଯିବେ।
କନିକା ନିଜ ପରିବାର ସହ ଲକ୍ଷ୍ନୌର ମହାନଗର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ରହୁଛନ୍ତି । ପ୍ରକାଶ ଥାଉକି ସୋମବାର ସକାଳେ ପୋଲିସ କନିକାଙ୍କ ଉପରେ ରୁଜୁ ହୋଇଥିବା ଏଫଆଇଆର ସମ୍ପର୍କରେ ନୋଟିସ୍ ଦେବାକୁ ତାଙ୍କୁ ଘରକୁ ଯାଉଥିଲା।