ଓଡିଶା

odisha

ETV Bharat / sitara

ନିଜ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ କନିକା - କୋରୋନା ଭାଇରାସରେ ସଂକ୍ରମିତ

ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କଲେ କନିକା କପୁର। ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ସମର୍ଥକଙ୍କୁ ଜଣାଇଲେ ଧନ୍ୟବାଦ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କନିକା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କନିକା କପୁର

By

Published : Apr 26, 2020, 7:35 PM IST

ମୁମ୍ବାଇ: କିଛି ଦିନ ପୂର୍ବରୁ କୋରୋନା ଭାଇରାସରେ ସଂକ୍ରମିତ ହୋଇ ଚର୍ଚ୍ଚାର ବିଷୟ ପାଲଟିଥିଲେ ବିଶିଷ୍ଟ ଗାୟିକା କନିକା କପୁର। ଲଣ୍ଡନରୁ ଫେରିବା ପରେ ସେ କୋରୋନା ସଂକ୍ରମିତ କଥା ସମସ୍ତଙ୍କୁ ଲୁଚାଇଥିଲେ। ଯାହାପରେ ତାଙ୍କର ସମାଲୋଚନା କରାଯାଇଥିଲା । ତାଙ୍କ ଉପରେ ଦାୟିତ୍ବହୀନତାର ଅଭିଯୋଗ ମଧ୍ୟ ଲାଗିଥିଲା । ତାଙ୍କର 5ଥର କୋରୋନା ଟେଷ୍ଟ କରାଯାଇଥିଲା । ଆଉ ସବୁ ରିପୋର୍ଟ ପଜେଟିଭ ବାହାରିଥିଲା। ହେଲେ ଏବେ ସେ ସୁସ୍ଥ ହୋଇ ନିଜ ଘରେ ସମୟ ବିତାଉଛନ୍ତି । ଇତିମଧ୍ୟରେ କନିକା ଏକ ପୋଷ୍ଟ ଜରିଆରେ ନିଜ ମନ କଥା ବଖାଣିଛନ୍ତି।

ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୁଁ ଜାଣିଛି ମୋ ଉପରେ ଅନେକ କାହାଣୀ କୁହାଯାଇଛି । କିଛି ଜିନିଷ ଏଥି ନିମନ୍ତେ ଅଧିକ ବଢିଯାଇଥିଲା । କାରଣ ମୁଁ ଏଯାବତ୍ ଚୁପ ଥିଲି। ମୁଁ ଏଥି ପାଇଁ ଚୁପ ନଥିଲି ଯେ ମୁଁ ଭୁଲ ଥିଲି। ମୁଁ ଜାଣିଥିଲି ଯେ ଲୋକଙ୍କୁ ଭୁଲ ଖବର ଦିଆଯାଇଛି । କେବଳ ଅପେକ୍ଷା କରିଥିଲି ଏକଦା ଲୋକେ ନିଜେ ବାସ୍ତବ କଥା ଜାଣିବେ। ନିଜ ପରିବାର, ବନ୍ଧୁ ଓ ସମର୍ଥକଙ୍କୁ ଧନ୍ୟବାଦ କରୁଛି ଯେ ସେମାନେ ସେହି ସମୟରେ ମତେ ବୁଝିଥିଲେ। ହେଲେ ଏବେ ଆପଣଙ୍କୁ ସବୁ ପ୍ରକୃତ କଥା କହିବାକୁ ଚାହୁଁଛି। ଯାହା ସତ।’

ଏହିପରି ସେ ଅନେକ କଥା ଆଲୋଚନା କରିଛନ୍ତି ନିଜ ପୋଷ୍ଟରେ। ପ୍ରକାଶ ଥାଉକି ମାର୍ଚ୍ଚ 10ରେ ସେ ୟୁକେରୁ ଭାରତ ଫେରିଥିଲେ। ଯାହାପରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ତାଙ୍କ ସ୍କ୍ରିନିଂ ଟେଷ୍ଟ ହୋଇଥିଲା । କିନ୍ତୁ ସେହି ସମୟରେ ତାଙ୍କୁ କୌଣସି ପରାର୍ମଶ ମଧ୍ୟ ଦିଆଯାଇନଥିଲା । ତାଙ୍କୁ ନିଜକୁ କ୍ବାରେଣ୍ଟାଇରେ ରହିବାକୁ ମଧ୍ୟ କୁହାଯାଇନଥିଲା।

ABOUT THE AUTHOR

...view details