ଓଡିଶା

odisha

ETV Bharat / sitara

ସେଲିବ୍ରିଟିଙ୍କ ବିରୋଧରେ ସେଲିବ୍ରିଟି ! - ମୋବ ଲିଞ୍ଚିଂ

ପୂର୍ବରୁ ପିଏମ ମୋଦିଙ୍କୁ 49 ସେଲିବ୍ରିଟି ପଠାଇ ଥିବା ଚିଠିର ବିରୋଧ କରି ସାମ୍ନାକୁ ବାହାରିଛନ୍ତି ଆଉ 61 ସେଲିବ୍ରିଟି । ଖୋଲା ଚିଠି ଲେଖି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଏବଂ ମିଥ୍ୟା ଖବରର ବିରୋଧ କରିଛନ୍ତି ।

ଡିଜାଇନ ଫଟୋ

By

Published : Jul 26, 2019, 12:46 PM IST

ମୁମ୍ବାଇ: ଭିଡ ହିଂସା (ମୋବ ଲିିଚିଂ) ଉପରେ କିଛି ଦିନ ପୂର୍ବରୁ 49 ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦେଶରେ ବଢୁଥିବା ଧର୍ମ ଏବଂ ଜାତି ନାମରେ ହିଂସା ରୋକିବାକୁ ଦାବି କରିଥିଲେ । ଯାହାର ଚର୍ଚ୍ଚା ବର୍ତ୍ତମାନ ସବୁ ମହଲରେ ଦେଖିବାକୁ ମିଳୁଛି । ଇତିମଧ୍ୟରେ ଏହି ଚିଠିର ବିରୋଧ କରି ବି-ଟାଉନର କୁଇନ କଙ୍ଗନା ରଣାୱତ ସମେତ 61 ସେଲିବ୍ରିଟି ଏକ ଚିଠି ଜାରି କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଏହି ଚିଠିରେ ସିନେମା ଜଗତ ଏବଂ କଳା ଜଗତର ଅନେକ ଜଣାଶୁଣା ବ୍ୟକ୍ତି ସାମିଲ ଅଛନ୍ତି । ଚିଠିରେ 61 ସେଲିବ୍ରିଟି ପିଏମଙ୍କୁ ପୂର୍ବରୁ ଚିଠି ଲେଖିଥିବା ସେହି 49 କଳାକାରଙ୍କ ବିରୋଧ କରି ଅନେକ ବିଷୟରେ ଲେଖିଛନ୍ତି । ଏଥିରେ କଙ୍ଗନା, ସଙ୍ଗୀତକାର ପ୍ରସୂନ ଯୋଶୀ, କ୍ଲାସିକଲ ଡାନ୍ସର, ଓ ସାଂସଦ ସୋନଲ ମାନସିଂହ, ବାଦକ ପଣ୍ଡିତ ବିଶ୍ବ ମୋହନ ଭଟ୍ଟ, ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ଓ ବିବେକ ଅଗ୍ନିହୋତ୍ରୀ ସାମିଲ ଅଛନ୍ତି ।

ନିକଟରେ 49 କଳାକାରଙ୍କ ଦ୍ବାରା ଭିଡ ହିଂସାକୁ ଆଧାର କରି ପିଏମ ମୋଦିଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏବେ 61 ସେଲିବ୍ରିଟି ଏହି ଚିଠିକୁ କାଉଣ୍ଟର କରି ନିଦ୍ଧିଷ୍ଟ ପ୍ରସଙ୍ଗ ଏବଂ ମିଥ୍ୟା ଖବର ବିରୋଧରେ ଖୋଲା ଚିଠି ଲେଖିଛନ୍ତି ।

ପ୍ରକାଶ ଅଭିନେତା, ଅଭିନେତ୍ରୀ, ଫିଲ୍ମମେକର, ସାମାଜିକ କର୍ମୀସ ଇତିହାସକାର ସମେତ ବିଭିନ୍ନ କ୍ଷେତ୍ରର 49 ବୃଦ୍ଧିଜୀବି ପିଏମ ନରେନ୍ଦ୍ର ମୋଦିଙ୍କ ନାମରେ ଅସହିଷ୍ଣୁତାକୁ ନେଇ ଖୋଲା ଚିଠି ଲେଖିଥିଲେ । ଯେଉଁଥିରେ ଦଳିତ ଏବଂ ଲଘୁ ସମ୍ପ୍ରଦାୟ ପ୍ରତି ବଢୁଥିବା ହିଂସା ଉପରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିଲେ । ଏହାସହ ଚିଠିରେ ଭିଡ ହତ୍ୟା ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାର ମଧ୍ୟ ଦାବି କରାଯାଇଥିଲା ।

ABOUT THE AUTHOR

...view details