ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ନିଜ ଚିନ୍ତାଧାରାକୁ ଦୁନିଆ ସାମ୍ମନାରେ ରଖିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଏବେ ପୁଣିଥରେ ଚର୍ଚ୍ଚାରେ ତାଙ୍କର ଏକ ଟୁଇଟ ।
ଆଜି କଙ୍ଗନା ଟାଇମପାସ କରିବା ଉଦ୍ଦେଶ୍ୟରେ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ଚିଡାଇବାକୁ ଲାଗିପଡିଥିଲେ ।
କଙ୍ଗନା ସ୍ବରାଙ୍କ ସହିତ ଏକ ଫଟୋ କୋଲାଜକୁ ରିଟ୍ବିଟ କରିଛନ୍ତି । ଫଟୋରେ ଦୁହେଁ ସମାନ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଛି । ଦୁହେଁ ଏକ ସୁବର୍ଣ୍ଣ ରଙ୍ଗର ଶାଢୀ ଏବଂ ଧଳା ବ୍ଲାଉଜ ସହିତ ଏକ ହାର ପିନ୍ଧିଛନ୍ତି । ଏହି କୋଲାଜରେ କଙ୍ଗନାଙ୍କ ଫଟୋରେ 'କ୍ଲାସ୍' ଲେଖାଯାଇଥିବାବେଳେ ସ୍ବରାଙ୍କ ଫଟୋରେ 'କ୍ରାସ୍' (ମୂର୍ଖ) ଲେଖାଯାଇଛି ।