ଓଡିଶା

odisha

ଦେଶୀ ଗାର୍ଲଙ୍କ ସପକ୍ଷରେ କଙ୍ଗନା

By

Published : Aug 22, 2019, 12:07 PM IST

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ସପୋର୍ଟ କରିଛନ୍ତି କୁଇନ କଙ୍ଗନା । ଭାରତୀୟ ଏୟାରଷ୍ଟ୍ରାଇକ ବିଷୟରେ ମତ ରଖି ଫସିଛନ୍ତି ଦେଶୀ ଗାର୍ଲ ।

ପଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସପକ୍ଷରେ ବଲିଉଡ କୁଇନ କଙ୍ଗନା । ନିକଟରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକକୁ ଟ୍ବିଟ କରି ସେଲିବ୍ରେଟ କରିଥିଲେ ପ୍ରିୟଙ୍କା ଚୋପ୍ରା, ଏହାକୁ ନେଇ ପାକିସ୍ତାନୀ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସଂଯୁକ୍ତ ରାଷ୍ଟ୍ରର ଶାନ୍ତି ଦୂତ ହୋଇ କିପରି ଗୋଟେ ଦେଶକୁ ସମାଲୋଚନା କରିପାରୁଛନ୍ତି ସେ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରାଙ୍କ ସପକ୍ଷରେ ବାହାରିଛନ୍ତି କଙ୍ଗନା ରଣାୱତ । ଟ୍ବିଟ କରି ଲେଖିଥିଲେ,‘ ଦାୟିତ୍ବ ଓ ଭାବନା ମଧ୍ୟରେ ଜଣକୁ ବାଛିବା ସହଜ ନୁହେଁ ।’

ଏପରିକି ପାକିସ୍ତାନର ମାନବାଧିକାରୀ ମନ୍ତ୍ରୀ ସିଲେନ ମଜାରୀ ୟୁନିସେଫକୁ ଚିଠି ଲେଖି ଶାନ୍ତି ଦୂତ ପଦରୁ ପ୍ରିୟଙ୍କାଙ୍କୁ ବହିଷ୍କୃତ କରିବା ପାଇଁ ଅପିଲ କରିଥିଲେ । ତେବେ ପ୍ରିୟଙ୍କା ଓ କଙ୍ଗନା ଫିଲ୍ମ ‘ଫ୍ୟାଶନ’ରେ ଏକାଠି କାମ କରିଥିଲେ ।

ABOUT THE AUTHOR

...view details