ଓଡିଶା

odisha

ETV Bharat / sitara

ନୂଆବର୍ଷରେ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରିବେ କୁଇନ ! - ନୂଆବର୍ଷରେ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରିବେ କୁଇନ !

ନୂଆବର୍ଷରେ ଓଡ଼ିଶା ଆସିବେ ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ । ସେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ । ଅଧିକ ପଢନ୍ତୁ...

kangana shares-photo-of-kashi-vishwanath-visit-with-mother-captioned to-visit-kedarnath-this-year
ନୂଆବର୍ଷରେ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରିବେ କୁଇନ !

By

Published : Dec 22, 2020, 10:38 PM IST

ମୁମ୍ବାଇ: ନୂଆବର୍ଷରେ ଓଡ଼ିଶା ଆସିବେ ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ । ସେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ । ଏନେଇ ସେ ନିଜେ ଟ୍ବିଟ କରି ନୂଆବର୍ଷର ପ୍ଲାନିଂ ବିଷୟରେ ଫ୍ୟାନ୍ସମାନଙ୍କୁ କହିଛନ୍ତି ।

ମଙ୍ଗଳବାର କଙ୍ଗନା ନିଜ ମା’ଙ୍କର ସହିତ ଏକ ଫଟୋ ସେୟାର କରି ଟ୍ବିଟ୍ କରି କହିଛନ୍ତି ଯେ, କିଛି ବର୍ଷ ତଳେ ମୁଁ ମୋ ମା’ଙ୍କ ସହିତ କାଶୀ ବିଶ୍ବନାଥଜୀଙ୍କ ଦର୍ଶନ କରିଥିଲି । ସେଠାରେ ମୁଁ ୭ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଥିଲି । ଏବେ ନୂଆବର୍ଷରେ ମୁଁ କେଦାରନାଥ ଯାଇ ସେଠାରେ ଆଠଟି ଜ୍ୟୋର୍ତିଲିଙ୍ଗର ଦର୍ଶନ କରିବାକୁ ଚାହୁଁଛି । ଏଥିସହ ଓଡ଼ିଶାର ପୁରୀ ଜଗନ୍ନାଥ ଧାମ ଯିବା ପାଇଁ ମଧ୍ୟ ଚାହୁଁଛି, ଆଉ ଆପଣମାନେ ?

ଏହାପୂର୍ବରୁ ଗତ କିଛି ଦିନ ତଳେ କଙ୍ଗନା ଏକ ମନ୍ଦିର ତୋଳିବା ପାଇଁ କହିଥିଲେ ।

ପ୍ରକାଶ ଥାଉ ଯେ, ନିକଟରେ କୁଇନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ‘ଥଲାଇଭି’ର ଶୁଟିଂ ଶେଷ କରି ମୁମ୍ବାଇ ଫେରିଛନ୍ତି । ଏଥିରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ସେହିପରି କଙ୍ଗନା ତାଙ୍କର ଆଉ ଏକ ଆକ୍ସନ ଫିଲ୍ମ ‘ଧାକଡ’ର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାବ୍ୟତୀତ ସେ ଫିଲ୍ମ ‘ତେଜସ୍‌’ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details