ମୁମ୍ବାଇ: ଟ୍ବିଟରରେ ଏକ ବିବାଦୀୟ ପୋଷ୍ଟ ପାଇଁ ପୁଣିଥରେ ବଲଉଡ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ କରିଛି ଟ୍ବିଟର ଇଣ୍ଡିଆ ।
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠୁ କିଛି ଦିନରୁ କଙ୍ଗନା ବିବଦୀୟ ଟ୍ବିଟ କରୁଆସୁଛନ୍ତି । ରାଜ୍ୟରେ ସମ୍ପ୍ରତି ନିର୍ବାଚନରେ ବିଜେପିକୁ ପରାସ୍ତ କରି ମମତା ବାନାର୍ଜୀଙ୍କ ନେତୃତ୍ବଧୀନ ଟିଏମସି ଜିତିବା ପରେ ଅଭିନେତା ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ କରିବାକୁ ଦାବି କରିଥିଲେ।