ଓଡିଶା

odisha

ETV Bharat / sitara

ଏଥର ଅନୁରାଗଙ୍କ ଟାର୍ଗେଟରେ ରଙ୍ଗୋଲୀ

ହ୍ରିତିକଙ୍କ ପରେ ଏବେ ତାପସୀଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ । ଜଜମେଣ୍ଟାଲ ଫିଲ୍ମ ଟ୍ରେଲରର ପ୍ରଂଶାସ କରି ରଙ୍ଗୋଲୀଙ୍କ ଠାରୁ ଗାଳି ଶୁଣିଲେ ତାପସୀ ।

By

Published : Jul 4, 2019, 3:04 PM IST

ଡିଜାଇନ ଫଟୋ

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରଙ୍ଗୋଲୀ ସବୁ ପରିସ୍ଥିତିରେ କଙ୍ଗନାଙ୍କୁ ସମର୍ଥନ କରି ବିବାଦ ଘେରକୁ ଆସିନ୍ତି । କିଛି ଦିନ ହେବ ରଙ୍ଗୋଲୀ ବଲିଉଡର ଅନେକ ଷ୍ଟାର୍ସଙ୍କ ଉପରେ ଖପ୍ପା ଥିଲା ଭଳି ଲାଗୁଛନ୍ତି । କାରଣ ଅନେକ ଦିନ ହେବ ସେ ଏକାଧିକ କଳାକାରଙ୍କ ବିରୋଧରେ ଟିପ୍ପଣୀ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ସେ ପୁଣି ଚର୍ଚ୍ଚାରେ । ଏଥର ସେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଟାର୍ଗେଟ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

କଥାଟି ହେଲା କି ବୁଧବାର କଙ୍ଗନାଙ୍କ ଅପକମିଂ ଫିଲ୍ମ 'ଜଜମେଣ୍ଟାଲ'ର ଟ୍ରେଲର ରିଲିଜ ହୋଇଥିଲା । ଯେଉଁଠାରେ କଙ୍ଗନାଙ୍କ ଅଭିନୟରେ ଖୁସି ହୋଇ ଫ୍ୟାନ୍ସ ସୋସିଆଲ ମିଡିଆରେ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ । ଏହି ତାଲିକାରେ ତାପସୀ ମଧ୍ୟ ଟ୍ରେଲର ଦେଖି ଟ୍ବିଟର ଜରିଆରେ କଙ୍ଗନାଙ୍କ ପ୍ରଶଂସା କରିଥିଲେ ।

ଲାଗୁଛି ଯେ ରଙ୍ଗୋଲୀଙ୍କୁ ନିଜ ଭଉଣୀଙ୍କ ଖରାପ ଶୁଣିବା ସହ ପ୍ରଶାଂସ ମଧ୍ୟ ଆଉ ଭଲ ଲାଗୁନାହିଁ । ତେଣୁ ସେ ତାପସୀଙ୍କ ପ୍ରଶଂସା ଟ୍ବିଟ ବଦଳରେ ରାଗଭରା ଏକ ଟ୍ବିଟ କରିଦେଇଥିଲେ । ଆଉ କଙ୍ଗନାଙ୍କୁ କପି କରିବାକୁ ମନା କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ

ରୋଙ୍ଗଲୀଙ୍କ ଏହି ଟ୍ବିଟ ପରେ ତାପସୀଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ରଙ୍ଗୋଲୀଙ୍କ ଟ୍ବିଟର ଜବାବ ଦେଇ ଅନୁରାଗ ଟ୍ବିଟରରେ ଲେଖିଛନ୍ତି, ରଙ୍ଗୋଲୀ ବହୁତ ହୋଇଗଲା । ଏହା ବହୁତ ନୈରାଶ୍ୟଜନକ । ମୁଁ ଜାଣିନାହିଁ ଏହା ଉପରେ କଣ କହିବି ।

ABOUT THE AUTHOR

...view details