ମୁମ୍ବାଇ: କଙ୍ଗନା ରାଣାୱତଙ୍କୁ ନୂଆ ବର୍ଷରେ ମିଳିଲା ଝଟକା । କାରଣ ମୁମ୍ବାଇରେ ତାଙ୍କ ଅଫିସ ଭଙ୍ଗାରୁଜା ମାମଲାରେ ସେ ସ୍ଥାନୀୟ ପ୍ରଶାସନ ବିରୋଧରେ ଦାଖଲ କରିଥିବା ଯାଚିକାକୁ ବର୍ତ୍ତମାନ ଖାରଜ କରିଦେଇଛନ୍ତି ଦିନଦୋଷୀ କୋର୍ଟ । ବ୍ରିହାନମମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ବାରା ତାଙ୍କ ଘର ଭାଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଗୁରୁବାର ଦିନ ତାଙ୍କ ଶୁଣାଣିରେ କୋର୍ଟ କହିଛନ୍ତି ଯେ କଙ୍ଗନା ତିନୋଟି ଫ୍ଲାଟକୁ ଗୋଟିଏରେ ମିଶ୍ରଣ କରିବା ପରେ ଘଟିଥିବା ଗୃହର ଅନୁମୋଦିତ ଯୋଜନାରେ ଗୁରୁତର ଉଲ୍ଲଂଘନ ହୋଇଛି ।
ଗତ ସପ୍ତାହରେ କଙ୍ଗନା ଏହି ଯାଚିକା ଦାଖଲ କରିଥିଲେ । ଏହି ଶୁଣାଣିର ନିଷ୍ପତ୍ତି ନେଇଛନ୍ତି ବିଚାରପତି ଏଲ.ଏସ ଚୱନ । ସେହିପରି ଶୁଣାଣିରେ କୁହାଯାଇଛି ଯେ ଖାର ଅଞ୍ଚଳରେ 16 ମହଲା ବିଶିଷ୍ଟ ଭବନର ପଞ୍ଚମ ମହଲାରେ କଙ୍ଗନାଙ୍କ ତିନୋଟି ଫ୍ଲାଟ ଅଛି । ସେହିପରି ଏହି ତିନୋଟି ଫ୍ଲାଟକୁ ଏକାଠି ମିଶାଯାଇଛି । ଏହାସହ ସେ ପାଖରେ ଥିବା ଅନ୍ୟ ସ୍ଥାନକୁ ମଧ୍ୟ ନିଜ ଫ୍ଲାଟ ସହ ମିଶାଇ ଦେଇଛନ୍ତି । ଯାହାଦ୍ବାରା ସେ ଗୁରୁତର ଉଲ୍ଲଂଘନ କରିଛନ୍ତି । ଏଥିପାଇଁ ଦିନଦୋଷୀ କୋର୍ଟର ହସ୍ତକ୍ଷେପ ଆବଶ୍ୟକ ନୁହେଁ ।