ଓଡିଶା

odisha

ETV Bharat / sitara

ଶ୍ରୀନାଥଜୀଙ୍କ ଦର୍ଶନ କଲେ କୁଇନ - ଶ୍ରୀନାଥଜୀଙ୍କ ଦର୍ଶନ କଲେ କୁଇନ

ନିକଟରେ ଉଦୟପୁରରେ ପହଞ୍ଚି ସେଠାରେ ଶ୍ରୀନାଥଜୀଙ୍କ ଦର୍ଶନ କରିଛନ୍ତି କଙ୍ଗନା ରଣାୱତ । ଅଧିକ ପଢନ୍ତୁ...

kangana-ranaut-visits-shrinathji-temple-in-udaipurs-nathdwara
ଶ୍ରୀନାଥଜୀଙ୍କ ଦର୍ଶନ କଲେ କୁଇନ

By

Published : Apr 2, 2021, 9:24 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ତେଜସର ସୁଟିଂ କରୁଛନ୍ତି।

ନିକଟରେ ସେ ଉଦୟପୁରରେ ପହଞ୍ଚି ସେଠାରେ ଶ୍ରୀନାଥଜୀଙ୍କ ଦର୍ଶନ କରିଛନ୍ତି। ଅଭିନେତ୍ରୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ଥଲାଇଭି ପାଇଁ ମାନସିକ ମଧ୍ୟ କରିଛନ୍ତି। ଏହି ସମୟରେ କଙ୍ଗନା କହିଛନ୍ତି ଯେ ଶ୍ରୀନାଥଜୀଙ୍କୁ ଦର୍ଶନ କରିବା ଏକ ଭିନ୍ନ ଅନୁଭୂତି ଥିଲା, ଯାହା ପୂର୍ବରୁ କେବେ ହୋଇ ନଥିଲା।

କଙ୍ଗନା ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଅଭିଜ୍ଞତା ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଯେତେବେଳେ ସେ ଶ୍ରୀନଥଜୀଙ୍କ ସାମ୍ନାରେ ଠିଆ ହୋଇଥିଲେ, ସେତେବେଳେ ସେ ଖୁସିରେ କାନ୍ଦି ପକାଇଲେ ଏବଂ ସେଠାରୁ ଫେରିବାକୁ ଚାହୁଁନଥିଲେ।

ପ୍ରକାଶ ଥାଉ ଯେ, କଙ୍ଗନା ଆଗାମୀ ସମୟରେ 'ଥଲାଇଭି' ଏବଂ ‘ଧାକଡ’ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details