ଓଡିଶା

odisha

ETV Bharat / sitara

କଙ୍ଗନାଙ୍କ ଶସ୍ତା ଶାଢୀ, ୟୁଜର୍ସଙ୍କ ଟାର୍ଗେଟରେ ରଙ୍ଗୋଲୀ

ପୁଣି ଟ୍ରୋଲର୍ସଙ୍କ ଶିକାର ହେଲେ କଙ୍ଗନା ଓ ରଙ୍ଗୋଲୀ । ଏଥର ଦୁଇ ଭଉଣୀଙ୍କୁ ମିଛୁଆ କହିଛନ୍ତି ୟୁଜର୍ସ ।

By

Published : Aug 21, 2019, 11:22 PM IST

ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

ମୁମ୍ବାଇ: ସବୁବେଳେ କଣ୍ଟ୍ରୋଭର୍ସିରେ ରହୁଥିବା ବି-ଟାଉନର କୁଇନ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ପୁଣି ସୋସିଆଲ ମିଡିଆ ୟୁଜର୍ସଙ୍କ ଟାର୍ଗେଟରେ । ଏଥର କୌଣସି ବିବାଦକୁ ନେଇ ନୁହେଁ ବରଂ କଙ୍ଗନାଙ୍କ ଶାଢୀଙ୍କୁ ନେଇ ଟ୍ରୋଲ ହୋଇଛନ୍ତି ଦୁଇ ଭଉଣୀ ।

ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

କଥାଟି ହେଲା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ରଙ୍ଗୋଲୀ ନିକଟରେ କଙ୍ଗନାଙ୍କ ଏକ ଫଟୋ ଟ୍ବିଟରରେ ସେୟାର କରିଥିଲେ । ଆଉ ତାଙ୍କ ଶାଢୀ ବିଷୟରେ ଆଲୋଚନା କରି କହିଥିଲେ କି ଏତେ ସୁନ୍ଦର ଶାଢୀର ମୂଲ୍ୟ ମାତ୍ର 600 ଟଙ୍କା । ଯାହା ସେ କୋଲକାତାରୁ କିଣିଛନ୍ତି । ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏତେ କମ ଟଙ୍କା ଶୁଣି । କାରଣ ଏତେ ଭଲ କଟନ ଶାଢୀ ତିଆରି କରିଥିବା ଲୋକ ଏତେ କମ ଟଙ୍କା ଆୟ କରୁଛି ।

ଦୟା କରି ବିଦେଶୀ ଜିନିଷ ତୁମ ଉପରେ ଭାରି ହେବା ପୂର୍ବରୁ ନିଜ ଦେଶୀ ଜିନିଷର ସମର୍ଥନ କର, ଜଣେ ଭାରତୀୟ ହୋଇ ବୋଲି ଲେଖିଥିଲେ ରଙ୍ଗୋଲୀ ।

ଏହାପରେ ଆଉ କଣ ଥିଲା ରଙ୍ଗୋଲୀଙ୍କ ଏହି ଟ୍ବିଟ ୟୁଜର୍ସଙ୍କୁ ଆଦୌ ହଜମ ହୋଇନଥିଲା । କାରଣ 600 ଟଙ୍କିଆ ଶାଢୀ ସହ କଙ୍ଗନା 2.3ଲକ୍ଷ ଟଙ୍କାର ବ୍ୟାକ କ୍ୟାରି କରିଥିଲେ । ଯାହାକୁ ନେଇ ଅସନ୍ତୋଷ ୟୁଜର୍ସ । ଆଉ ସଙ୍ଗେ ସଙ୍ଗେ ରଙ୍ଗୋଲୀଙ୍କୁ ଟାର୍ଗେଟ କରି ଅନେକ କଥା ଶୁଣାଇଥିଲେ ।

ଜଣେ ୟୁଜର ଲେଖିଛନ୍ତି, ‘ବିଦେଶୀ ବ୍ରାଣ୍ଡ କିଣିବା ବନ୍ଦ କର, ଗୋଟିଏ ଶାଢୀ କିଣି ଭାରତୀୟ ହସ୍ତଶିଳ୍ପୀଙ୍କୁ ଶକ୍ତିଶାଳୀ କରିଯାଇପାରିବ ନାହିଁ । ତାଙ୍କୁ କାରଣ ଦିଏ ଶକ୍ତିଶାଳୀ ହେବାର’ ।

ସେହିପରି ଆଉ ଜଣେ ୟୁଜର ଲେଖିଥିଲେ, ‘କାହିଁକି ପ୍ରାଡା ବ୍ୟାଗ ସହ କଙ୍ଗନା 600 ଟଙ୍କିଆ ଶାଢୀ ପିନ୍ଧିଛନ୍ତି । ନିହାତି ମିଛୁଆ ।’ ଖାଲି ଏତିକି ନୁହେଁ ଅନେକ ୟୁଜର କଙ୍ଗନାଙ୍କୁ ଟାର୍ଗେଟ କରି ତାଙ୍କ ଉଭଣୀଙ୍କୁ ‘ଫେକ’ କହିଛନ୍ତି ।

ABOUT THE AUTHOR

...view details