ଓଡିଶା

odisha

ETV Bharat / sitara

ଫିଲ୍ମ ପାଇଁ 20 କେଜି ବଢିଥିଲେ କୁଇନ, ଏବେ କମାଉଛନ୍ତି ଓଜନ... - ପୁରୁଣା ରୂପକୁ ଫେରିବା ପାଇଁ ଫିଟନେସ୍ ରୁଟିନ୍ ଆରମ୍ଭ

କଙ୍ଗନା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଥଲାଇଭି' ପାଇଁ 20 କିଲୋଗ୍ରାମ ଓଜନ ବୃଦ୍ଧି କରିଥିଲେ । କିନ୍ତୁ ବର୍ତ୍ତମାନ ଫିଲ୍ମର ସୁଟିଂ ପ୍ରାୟ ଶେଷ ହୋଇସାରିଥିବାରୁ କଙ୍ଗନା ନିଜର ପୁରୁଣା ରୂପକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ କଙ୍ଗନା ତାଙ୍କ ଓଜନ ହ୍ରାସ କରିବା ବିଷୟରେ ସୂଚନା ଦେଇଥିଲେ । ଅଧିକ ପଢନ୍ତୁ...

kangana ranaut to go back to her fitness routine after gaining 20 kg for thalaivi
ପୁରୁଣା ରୂପକୁ ଫେରିବା ପାଇଁ ଫିଟନେସ୍ ରୁଟିନ୍ ଆରମ୍ଭ କଲେ କୁଇନ

By

Published : Oct 14, 2020, 10:43 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଥଲାଇଭି' ପାଇଁ 20 କିଲୋଗ୍ରାମ ଓଜନ ବୃଦ୍ଧି କରିଥିଲେ । ଏହି ଚଳଚ୍ଚିତ୍ରରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ ।

କିନ୍ତୁ ବର୍ତ୍ତମାନ ଫିଲ୍ମର ସୁଟିଂ ପ୍ରାୟ ଶେଷ ହୋଇସାରିଥିବାରୁ କଙ୍ଗନା ନିଜର ପୁରୁଣା ରୂପକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

କଙ୍ଗନା ଯୋଗ କରୁଥିବାର ଏକ ଫଟୋ ସେୟାର କରି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଓଜନ ହ୍ରାସ କରିବା ବିଷୟରେ ସୂଚନା ଦେଇଛନ୍ତି ।

ଯେଉଁଥିରେ ଅଭିନେତ୍ରୀ କ୍ୟାପସନରେ ଲେଖିଥିଲେ, 'ଥଲାଇଭି' ମୁଁ ମୋର 20 କିଲୋଗ୍ରାମ ଓଜନ ବଢାଇଥିଲି । ବର୍ତ୍ତମାନ, ମୋତେ ମୋର ପୁରୁଣା ରୂପକୁ ଫେରିବା ଆବଶ୍ୟକ ।ସକାଳୁ ଶୀଘ୍ର ଉଠି ଜଗିଙ୍ଗକୁ ଯାଉଛି । ଏହି ଯାତ୍ରାରେ ମୋ ସହିତ ଯିବା ପାଇଁ କିଏ କିଏ ଅଛ? '

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details