ଓଡିଶା

odisha

ETV Bharat / sitara

ହାଇଦ୍ରାବାଦରେ ସଞ୍ଜୟ-କଙ୍ଗନା ଭେଟ, କହିଲେ ପୂର୍ବାପେକ୍ଷା ଅଧିକ ହ୍ୟାଣ୍ତସମ ଲାଗୁଛନ୍ତି ବାବା - kangana-surprised-to-see-sanjay

ନିକଟରେ, ସଞ୍ଜୟ ତାଙ୍କ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିଛନ୍ତି, ଯେଉଁଥିପାଇଁ ସେ ହାଇଦ୍ରାବାଦରେ ଅଛନ୍ତି । ଅନ୍ୟପକ୍ଷରେ କଙ୍ଗନା ମଧ୍ୟ ତାଙ୍କ ଚଳଚ୍ଚିତ୍ର ଥାଲାଇବିର ସୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି । ସଞ୍ଜୟ ହାଇଦ୍ରାବାଦରେ ଥିବା ଜାଣିବା ମାତ୍ରେ କଙ୍ଗନା ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଅଧିକ ପଢନ୍ତୁ...

kangana-ranaut-surprised-to-see-sanjay-dutt-in-hyderabad
ହାଇଦ୍ରାବାଦରେ ସଞ୍ଜୟଙ୍କୁ ଭେଟିଲେ କଙ୍ଗନା,କହିଲେ- ସେ ପୂର୍ବ ଅପେକ୍ଷା ଅଧିକ ହ୍ୟାଣ୍ତସମ ଲାଗୁଛନ୍ତି

By

Published : Nov 27, 2020, 8:22 PM IST

ନୂଆଦିଲ୍ଲୀ: ବି-ଟାଉନର ସଞ୍ଜୁ ବାବା ନିକଟରେ କ୍ୟାନ୍ସରକୁ ମାତ୍ ଦେଇ ସୁସ୍ଥ ହୋଇ ଫେରିଥିଲେ । ଯାହାକୁ ନେଇ ଖୁସ ଅଛନ୍ତି ତାଙ୍କ ଫ୍ୟାନ୍ସ । ଏବେ ସଞ୍ଜୟ ତାଙ୍କ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିଛନ୍ତି, ଯେଉଁଥିପାଇଁ ସେ ହାଇଦ୍ରାବାଦରେ ଅଛନ୍ତି ।

ଅନ୍ୟପକ୍ଷରେ, ଅଭିନେତ୍ରୀ କଙ୍ଗନା ରଣାଓ୍ବତ ମଧ୍ୟ ତାଙ୍କ ଚଳଚ୍ଚିତ୍ର ଥାଲାଇବିର ସୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି । ସଞ୍ଜୟ ହାଇଦ୍ରାବାଦରେ ଥିବା କଥା କଙ୍ଗନା ଜାଣିବା ମାତ୍ରେ, ସେ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ ।

କଙ୍ଗନା ସଞ୍ଜୟଙ୍କୁ ଭେଟିଥିବାର ଏକ ଫଟୋ ଟ୍ବିଟରରେ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ମୁଁ ଜାଣିଲି ଯେ ଆମେ ହାଇଦ୍ରାବାଦର ସମାନ ହୋଟେଲରେ ରହିଛୁ, ସେତେବେଳେ ମୁଁ ସଞ୍ଜୁ ସାର ଙ୍କୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବାକୁ ସକାଳେ ଯାଇ ଭେଟିଥିଲି । ମୁଁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ସେ ପୂର୍ବ ଅପେକ୍ଷା ଅଧିକ ହ୍ୟାଣ୍ତସମ ଏବଂ ସୁସ୍ଥ ଦେଖାଯାଉଛନ୍ତି । ଆମେ ଆପଣଙ୍କର ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛୁ ।

ଅଗଷ୍ଟ 11 ରେ ସଞ୍ଜୟ ଘୋଷଣା କରିଥିଲେ ଯେ ଚିକିତ୍ସା ପାଇଁ ସେ କାମରୁ ବିରତି ନେଉଛନ୍ତି । ଏହା ପରେ ସଞ୍ଜୟଙ୍କୁ କ୍ୟାନ୍ସର ହୋଇଛି ବୋଲି ଖବର ସାମ୍ନାକୁ ଆସିଥିଲା । ସଞ୍ଜୟ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଏବେ ସେ ପୁରା ସୁସ୍ଥ ଅଛନ୍ତି ।

ପ୍ରକାଶ ଥାଉ ଯେ, କଙ୍ଗନା ଏବଂ ସଞ୍ଜୟ ମଧ୍ୟ କିଛି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । 2010 ନକ୍ଆଉଟ୍ ରେ କଙ୍ଗନା ମହିଳା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ଏହି ଚଳଚ୍ଚିତ୍ରରେ ସଞ୍ଜୟ ଏବଂ ଇରଫାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

For All Latest Updates

ABOUT THE AUTHOR

...view details