ହାଇଦ୍ରାବାଦ: ବିବାଦୀୟ କୁଇନ କଙ୍ଗନାଙ୍କୁ ସମନ କରିଛି ମୁମ୍ବାଇ ପୋଲିସ । ପ୍ରଖ୍ୟାତ ଲେଖକ ଜାଭେଦ ଅଖତରଙ୍କ ଦ୍ବାରା ରୁଜୁ ହୋଇଥିବା ମାନହାନୀ ମାମଲାକୁ ନେଇ ପଠାଯାଇଛି ଏହି ସମନ । ଜାନୁୟାରୀ 22 ପୂର୍ବରୁ କଙ୍ଗନା ହାଜର ହେବାକୁ ରହିଛି ନିର୍ଦ୍ଦେଶ ।
ଜାଭେଦ ଅଖତରଙ୍କ ମାନହାନୀ ମାମଲା, କଙ୍ଗନାଙ୍କୁ ମୁମ୍ବାଇ ପୋଲିସର ସମନ - Kangana Ranaut summoned by Mumbai police
ପ୍ରଖ୍ୟାତ ଲେଖକ ଜାଭେଦ ଅଖତରଙ୍କ ମାନହାନୀ ମୋକଦ୍ଦମାକୁ ନେଇ ଅଡୁଆରେ କଙ୍ଗନା ରଣାୱତ । ମୁମ୍ବାଇ ପୋଲିସ ପଠାଇଲା ସମନ । ଜାନୁଆରୀ 22 ପୂର୍ବରୁ ହାଜର ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...
ଜାଭେଦ ଅଖତରଙ୍କ ମାନହାନୀ ମାମଲା, କଙ୍ଗନାଙ୍କୁ ମୁମ୍ବାଇ ପୋଲିସର ସମନ
ଟେଲିଭିଜନ ସାକ୍ଷାତକାରରେ କଙ୍ଗନା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଖ୍ୟାତ ଲେଖକ ଜାଭେଦ ଅଖତରଙ୍କ ନାଁରେ ଖରାପ ମନ୍ତବ୍ୟ ଦେଇଥିଲେ । ଯାହାଦ୍ବାରା ଜାଭେଦ ସମ୍ମାନରେ ଆଞ୍ଚ ଅଭିଯୋଗ ଓ ମିଛ ବୟାନ ପାଇଁ କଙ୍ଗନାଙ୍କ ବିରୋଧରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ମାନହାନୀ ମାମଲା ରୁଜୁ କରିଥିଲେ ।
ଜାଭେଦ ଅଖତରଙ୍କ ଓକିଲ କୋର୍ଟରେ ନିଜ ପକ୍ଷ ରଖିବା ସହ ଘଟଣାର ଯାଞ୍ଚ ପାଇଁ କୋର୍ଟଙ୍କୁ ଅପିଲ କରିଥିଲେ । ଏହା ପରେ କୋର୍ଟ ଜୁହୁ ପୋଲିସକୁ ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।