ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ‘ଜଜମେଣ୍ଟାଲ ହେ କ୍ୟା’ର ସଫଳତାକୁ ଆଜିକାଲି ଖୁବ୍ ଉପଭୋଗ କରୁଛନ୍ତି କୁଇନ କଙ୍ଗନା ରଣାୱତ । ଏହାସହ ତାଙ୍କ ଫିଲ୍ମ ‘ପଙ୍ଗା’ର ସୁଟିଂ ମଧ୍ୟ ଜୋରସୋରରେ ଚାଲିଛି । ଇତିମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ‘ଧାକଡ’ର ଟିଜର ରିଲିଜ ହୋଇଯାଇଛି । କିଛି ସେକେଣ୍ଡର ଏହି ଟିଜରଟି ଏତେ ଜବରଦସ୍ତ ହୋଇଛି ଯେ ଦର୍ଶକ ଦେଖି ଏବେ ପ୍ରଶ୍ନ କରୁଛନ୍ତି କି ଏ କଙ୍ଗନା ନା ବଲିଉଡର ବାଘୁଣୀ ।
ଟିଜର ରିଲିଜ ଅବସରରେ କଙ୍ଗନା ଇନଷ୍ଟାଗ୍ରାମରେ ଟିଜର ସେୟାର କରି ଫ୍ୟାନ୍ସଙ୍କୁ ରିଲିଜର ସୂଚନା ଦେଇଛନ୍ତି । ‘ଧାକଡ’ର ଟିଜର ରିଲିଜ ହେବାର ତିନି ଘଣ୍ଟା ମଧ୍ୟରେ 85 ହଜାରରୁ ଅଧିକଥର ୟୁଟ୍ୟୁବରେ ଦେଖିସାରିଲେଣି ଦର୍ଶକ । ଏହାସହ ତାଙ୍କ ଅଭିନୟର ଖୁବ୍ ପ୍ରଶଂସା କରିବାରେ ଲାଗିପଡିଛନ୍ତି ଫ୍ୟାନ୍ସ ।