ଓଡିଶା

odisha

ETV Bharat / sitara

ରଙ୍ଗୋଲୀଙ୍କ ଟ୍ବିଟର ଆକାଉଣ୍ଟ ସସ୍ପେଣ୍ଡ - ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନ୍ୟୁଜ

ସବୁବେଳେ ବିବାଦୀୟ ବୟାନ ଦେଉଥିବା ରଙ୍ଗୋଲୀ ଚାନ୍ଦେଲଙ୍କ ବଢିଲା ଚିନ୍ତା । ସସ୍ପେଣ୍ଡ ହେଲା ତାଙ୍କ ଟ୍ବିଟର ଆକାଉଣ୍ଟ।

rangoli chandel
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଙ୍ଗୋଲୀ ଚାନ୍ଦେଲ

By

Published : Apr 16, 2020, 5:09 PM IST

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ସମାଲୋଚନାର ଶିକାର ହୋଇଥାଆନ୍ତି । ସେ ସାମାଜିକ, ରାଜନୈତିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ରଖିବାରେ କେବେ ହେଳା କରନ୍ତି ନାହିଁ। ସେ ପ୍ରାୟତଃ ଟ୍ବିଟରରେ ନିଜ ମନ କଥା ବଖାଣିବା ସହ ଅନ୍ୟ ମାନଙ୍କୁ ଟାର୍ଗେଟ ମଧ୍ୟ କରିଥାଆନ୍ତି । ହେଲେ ଇତିମଧ୍ୟରେ ଏହି ବ୍ୟବହାର ପାଇଁ ତାଙ୍କ ଟ୍ବିଟର ଆକାଉଣ୍ଟ ସସ୍ପେଣ୍ଡ କରାଯାଇଛି।

କିଛି ଦିନ ହେବ ସେ ଅନେକ ବିବାଦିତ ଟ୍ବିଟ କରିଥିଲେ। ଯାହା ଟ୍ବିଟରକୁ ପସନ୍ଦ ଆସିନଥିଲା । ଏହାକୁ ଦୃଷ୍ଟିରେ ରଖି ଟ୍ବିଟର ତରଫରୁ ତାଙ୍କୁ ଆକାଉଣ୍ଟ ସସ୍ପେଣ୍ଡ କରାଯିବାର ଚେତାବନୀ ମଧ୍ୟ ଦିଆଯାଇଥିଲା । ହେଲେ ଏହା ସତ୍ତ୍ବେ ସେ ଟ୍ବିଟ କରିବା ବନ୍ଦ କରିନଥିଲା । ତାଙ୍କ ଏପରି ବ୍ୟବହାରରେ ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି।

ଅନ୍ୟପଟେ ଏହି ମାମଲାରେ ରଙ୍ଗୋଲୀ ଏକ ଟ୍ବିଟ କରି ଲେଖିଛନ୍ତି, ‘ଟ୍ବିଟର ଏକ ଆମେରିକାନ ପ୍ଲାଟଫର୍ମ। ଏହା ପକ୍ଷପାତ କରିବା ସହ ଭାରତ ବିରୋଧୀ। ଆପଣ ହିନ୍ଦୁ ଭାବନାର ମଜାକ ଉଡାଇ ପାରିବେ। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଆତଙ୍କବାଦୀ କହିପାରିବ। ହେଲେ ସେହି ଲୋକଙ୍କ ବିଷୟରେ କିଛି କହିଲେ, ଯିଏ ହେଲ୍ଥ ୱାର୍କର୍ସ ଓ ପୋଲିସ ଫୋର୍ସ ଉପରୁ ପଥର ପିଙ୍ଗୁଛନ୍ତି। ତେବେ ଆପଣଙ୍କ ଆକାଉଣ୍ଟ ସସ୍ପେଣ୍ଡ କରିଦିଆଯିବ।’

ABOUT THE AUTHOR

...view details