ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାଓ୍ବତ ତାଙ୍କର ପିଲାଦିନର ଦିନକୁ ମନେ ପକାଇଥିଲେ, ଯେତେବେଳେ ତାଙ୍କୁ କ୍ୟାମେରା କିଣିବା ଏବଂ ଜଣେ ବନ୍ଧୁଙ୍କ ସହ ଫଟୋ ସେକ୍ସନରେ ସାମିଲ ହେବା ପାଇଁ ଟଙ୍କା ସଂଗ୍ରହ କରିବାକୁ ପଡୁଥିଲା ।
ପିଲାଦିନର ଫଟୋ ସେୟାର କଲେ କୁଇନ - kangana-shares-a-slice-of-life-from-her
କଙ୍ଗନା ରଣାଓ୍ବତ ନିକଟରେ ତାଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ସେୟାର କରି ଅତୀତ ଦିନ ଗୁଡ଼ିକୁ ମନେ ପକାଇଛନ୍ତି । ଅଧିକ ପଢନ୍ତୁ...
ପିଲାଦିନର ଫଟୋ ସେୟାର କଲେ କୁଇନ
କଙ୍ଗନା ଟ୍ବିଟ୍ କରି କହିଛନ୍ତି, 'ମୁଁ ପିଲାଦିନେ କ୍ୟାମେରା କିଣିବା ପାଇଁ ଟଙ୍କା ସଂଗ୍ରହ କରିଥିଲି । ସେହି କ୍ୟାମେରାରୁ ଉଠାଯାଇଥିବା ଫଟୋ ମଧ୍ୟରୁ ଗୋଟିଏ, ଏହି ଫଟୋ ଯେଉଁଥିରେ ମୋର ବନ୍ଧୁ ଶର୍ମା ଅଛନ୍ତି । ଆମର ଲୋକାଲ କ୍ୟାମେରାମ୍ୟାନ୍ ଶର୍ମା ଅଙ୍କଲ ମୋ କ୍ୟାମେରା ରିଲ୍ ସଫା କରିବାକୁ ଚଣ୍ଡିଗଡ଼କୁ ପଠାଉଥିଲେ । ଏବଂ ମୋର ମନେ ଅଛି ଯେ ରିଲ ଆସିବା ପାଇଁ ଆମେ ଧୌର୍ଯ୍ୟର ସହିତ ଅପେକ୍ଷା କରୁଥିଲୁ ' ।
ପ୍ରକାଶ ଥାଉ ଯେ, ଆଗାମୀ ଦିନରେ କଙ୍ଗନା 'ଥଲାଇବି', 'ତେଜସ୍', 'ଧାକଡ' ଭଳି ଚଳଚ୍ଚିତ୍ରରେ ନଜର ଆସିବେ ।