ନୂଆଦିଲ୍ଲୀ : ବି-ଟାଉନର କୁଇନ କଙ୍ଗନା ରଣାୱତ ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ‘ଥଲାଇଭି’ରେ ଅଭିନୟ କରୁଛନ୍ତି । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ସେପଟେ ଶୁକ୍ରବାର ଫିଲ୍ମର ପ୍ରଥମ ଗୀତ ‘ଚଲି ଚଲି’ ରିଲିଜ ହୋଇଯାଇଛି ।
ଏହି ଗୀତରେ କଙ୍ଗନା କ୍ୟାମେରା ଆଗରେ ପ୍ରତି ସେକେଣ୍ଡରେ ବହୁତ ସୁନ୍ଦର ଏବଂ ଚୁଲବୁଲ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଗୀତ ମାଧ୍ୟମରେ କଙ୍ଗନା ତାଙ୍କ ଅଭିନୟ ଏବଂ ଡ୍ୟାନ୍ସ ସହିତ ଦର୍ଶକଙ୍କ ମନରେ ସ୍ବର୍ଗତ ଜୟଲଳିତାଙ୍କୁ ମନେ ପକାଇବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।
ଗୀତ 'ଚଲି ଚଲି' ଜୟଲଳିତାଙ୍କ ପ୍ରଥମ ଚଳଚ୍ଚିତ୍ର 'ବୋନିରା ଅଦାଇ' (1965) ରୁ ନିଆଯାଇଛି । କଙ୍ଗନା 'ଚଲି ଚଲି' ଗୀତ ମାଧ୍ୟମରେ ଜୟଲଳିତାଙ୍କ ଚରିତ୍ରକୁ ଜୀବନ୍ତ କରିଛନ୍ତି । ସେହି ଗୀତରେ ଜୟଲଳିତାଙ୍କ ଲୁକ୍ ପରି କଙ୍ଗନାଙ୍କୁ ମଧ୍ୟ ଏହି ଗୀତରେ ସମାନ ଲୁକ୍ ଦିଆଯାଇଛି।