ଓଡିଶା

odisha

ETV Bharat / sitara

ନିଜ ଛେପ ଢୋକିଲେ କଙ୍ଗନା

ପୁଲଓ୍ବାମା ଆକ୍ରମଣ ପରେ ବି-ଟାଉନର କୁଇନ କଙ୍ଗନା ରଣାୱତ ପାକିସ୍ତାନ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ । ବର୍ତ୍ତମାନ ସେହି ବିବାଦୀୟକୁ ନେଇ ମତ ବଦଳାଇଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Mar 4, 2019, 3:01 PM IST

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଦେଇଥିବା ବୟାନ ଉପରେ ନିଜର ମତ ରଖିଲେ କଙ୍ଗନା । ତେବେ କିଛି ଦିନ ପୂର୍ବରୁ ପାକିସ୍ତାନ ବିରୋଧ ବୟାନ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ କଙ୍ଗନା । ପରେ ଏନେଇ ପୁନର୍ବାର ସେ ନିଜର ମତ ବଦଳାଇଛନ୍ତି ।

ସେ କହିଛନ୍ତି କି ପୁଲଓ୍ବାମା ଘଟଣା ସମ୍ପର୍କରେ ଶୁଣିବା ପରେ ସେ କ୍ରୋଧାନ୍ବିତ ହୋଇ ଉଠିଥିଲେ । କ୍ରୋଧରେ ଥାଇ ସେ ଏପରି ବୟାନ ଦେଇଥିଲେ । ଏହା ଏକ କ୍ରୋଧଭରା ମନ୍ତବ୍ୟ ଥିଲା ବୋଲି ସେ କହିଥିଲେ ।

ପ୍ରକାଶ ଥାଉକି ଫେବୃଆରୀ 14ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣରେ ଭାରତୀୟ ସିଆରପିଏଫର 40 ଯବାନ୍ ଶହୀଦ ହୋଇଥିଲେ । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆକ୍ରମଣର ଦାୟୀ ବୋଲି ନିଜକୁ କହିଥିଲେ । ଆକ୍ରମଣ ପରେ କଙ୍ଗନା କଥିତ ରୂପେ କହିଥିଲେ କି ପାକିସ୍ତାନ ଉପରେ ପ୍ରତିବନ୍ଧ ଲଗାଇବା କେବଳ ସମାଧାନ ନୁହେଁ, ବରଂ ପାକିସ୍ତାନର ବିନାଶ ହିଁ ଗୋଟିଏ ମାତ୍ର ସମାଧାନ ।

ଏବେ ସେ କହିଛନ୍ତି କି ଏହା ଏକ କ୍ରୋଧ ଭାବନା ଥିଲା, ଯାହା ଆମ ସମସ୍ତଙ୍କୁ ସେହି ସମୟରେ ଅନୁଭବ ହୋଇଥିଲା । ଯେତେବେଳେ ଆମେ ଏହି ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଶୁଣିଥିଲୁ । ତାହା ସବୁଠାରୁ ବର୍ବର ଏବଂ ଅମାନବିକତା ଘଟଣା ଥିଲା । ସେହି ଘଟଣାଟି ଆମ ଅନ୍ତରାତ୍ମାରେ ସବୁବେଳେ ଘାଆ ପରି ରହିବ ।

ସେ ଆହୁରି କହିଛନ୍ତି କି ଆମେ ନିଜ ମନର ଏତେ ଗୁଲାମ ହେଇପାରିବା ନାହିଁ କି । ସେହି କ୍ଷଣି ମଧ୍ୟ ନିଜ ଭାବନକୁ କାମ କରିବାକୁ ଦେବେ । ତାଙ୍କ ଅନୁଯାୟୀ ସେହି ବର୍ବର ଘଟଣାରେ ତାଙ୍କୁ ବହୁତ ଆଘାତ ଲାଗିଥିଲା । ଏହାପରେ ତାଙ୍କ ମନ ଏପରି ହୋଇଥିଲା କି ସେ ସୀମା ପାରି କରି ଯିବେ କାହାର ବନ୍ଧୁକ ଛଡାଇ ଏହି ଘଟଣାର ପ୍ରତିଶୋଧ ନେବେ ।

ABOUT THE AUTHOR

...view details