ଓଡିଶା

odisha

ଦେଶଦ୍ରୋହ ମାମଲାକୁ ଖଣ୍ଡନ କଲେ କୁଇନ

By

Published : Feb 16, 2021, 12:48 PM IST

ଚର୍ଚ୍ଚାରେ କଙ୍ଗନା । ଗତ ବର୍ଷ ତାଙ୍କ ଉପରେ ଲାଗିଥିବା ଦେଶଦ୍ରୋହ ମାମଲାକୁ ବର୍ତ୍ତମାନ ଖଣ୍ଡନ କରିଛନ୍ତି ସେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୋମବାର ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ଓକିଲଙ୍କ ମାଧ୍ୟମରେ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି ଯେ ତାଙ୍କର କୌଣସି ଟ୍ବିଟ କେବେ ହିଂସା ସୃଷ୍ଟି କରି ନାହିଁ କିମ୍ବା କୌଣସି ଅପରାଧିକ କାର୍ଯ୍ୟ କରି ନାହିଁ । ଏହାସହ ସେ ମୁମ୍ବାଇ ପୋଲିସ ଦ୍ବାରା ଦେଶଦ୍ରୋହ ପାଇଁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ରଦ୍ଦ କରିବାକୁ ମଧ୍ୟ କହିଛନ୍ତି। ଆସନ୍ତା 26 ତାରିଖରେ ହାଇକୋର୍ଟ ଯୁକ୍ତି ଶୁଣାଣି ଜାରି ରଖିବ ଏବଂ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ଗିରଫ ହେବାର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ସେପର୍ଯ୍ୟନ୍ତ ଜାରି ରହିବ ବୋଲି ଶୁଣିବାକୁ ମିଳୁଛି।

କଙ୍ଗନାଙ୍କ ପରାମର୍ଶଦାତା ରିଜୱାନ ସିଦ୍ଦିକୀ ଜଷ୍ଟିସ ଏସ୍ ସିନ୍ଦେ ଏବଂ ମନୀଷ ପିଟାଲେଙ୍କ ଏକ ବେଞ୍ଚକୁ କହିଛନ୍ତି ଯେ ଅଭିନେତ୍ରୀ ତାଙ୍କ ଟ୍ବିଟ ମାଧ୍ୟମରେ କୌଣସି ଭୁଲ କରିନାହାଁନ୍ତି। ସେ କହିଛନ୍ତି ଯେ ଉପାନ୍ତ ସହର ବାନ୍ଦ୍ରାସ୍ଥିତ ମାଜିଷ୍ଟ୍ରେଟଙ୍କ କୋର୍ଟ ବିଦ୍ରୋହ ସମେତ ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ପଞ୍ଜିକରଣକୁ ଅନୁମତି ଦେବାରେ ତ୍ରୁଟି କରିଛନ୍ତି।

ସିଦ୍ଦିକ ହାଇକୋର୍ଟଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ଯେ ନିମ୍ନ ଅଦାଲତର ଆଦେଶ ତଥା ଏଫଆଇଆର ରଦ୍ଦ କରିବା ପାଇଁ ।

ପ୍ରକାଶ ଥାଉକି କଙ୍ଗନା ଓ ରଙ୍ଗୋଲୀଙ୍କ ଉପରେ ଅଭିଯୋଗ ଲାଗିଥିଲା ଯେ ଦୁଇ ଭଉଣୀ ଟ୍ବିଟ ମାଧ୍ୟମରେ ବିବାଦୀୟ କଥା କହିବା ସହ ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ହିଂସା ସୃଷ୍ଟି କରୁଛନ୍ତି । ଯାହା ଦେଶ କିମ୍ବା ସମାଜ ପାଇଁ ଆଦୌ ଭଲ କଥା ନୁହେଁ । ଏହାକୁ ଆଧାର କରି ଉଭୟ ଭଉଣୀଙ୍କ ନାଁରେ ଗତ ବର୍ଷ ଅକ୍ଟୋବରରେ ମାମଲା ରୁଜୁ ହୋଇଥିଲା ।

ABOUT THE AUTHOR

...view details