ଓଡିଶା

odisha

By

Published : Oct 13, 2020, 3:03 PM IST

ETV Bharat / sitara

ବଲିଉଡ‌ ବଦନାମ ରିପୋର୍ଟ ବିରୋଧରେ କଙ୍ଗନାଙ୍ଗ ଟ୍ବିଟର ଝଡ

ବଲିଉଡର ପ୍ରମୁଖ ପ୍ରଡକ୍ସନ୍ ହାଉସ୍ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାଗୁଡିକ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମକଦ୍ଦମା ଦାୟର କରିବା ପରେ କଙ୍ଗନାଙ୍କ ଟ୍ବିଟର ଝଡ ଦେଖିବାକୁ ମିଳଛି । ଅଧିକ ପଢନ୍ତୁ...

ବଲିଉଡ୍‌ ବଦନାମ ରିପୋର୍ଟ ବିରୋଧରେ କଙ୍ଗନାଙ୍ଗ ଟ୍ବିଟର ଝଡ
ବଲିଉଡ୍‌ ବଦନାମ ରିପୋର୍ଟ ବିରୋଧରେ କଙ୍ଗନାଙ୍ଗ ଟ୍ବିଟର ଝଡ

ମୁମ୍ବାଇ: କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାଗୁଡିକ ବଲିଉଡର ପ୍ରମୁଖ ପ୍ରଡକ୍ସନ୍ ହାଉସ୍ ଏବଂ ଆସୋସିଏସନ୍ ଶିଳ୍ପକୁ ବଦନାମ କରୁଥିବା ସଂପର୍କରେ ଦିଲ୍ଲୀ ହାଇକୋର୍ଟରେ ମକଦ୍ଦମା ଦାୟର କରାଯାଇଛି । ତେବେ ଏ ନେଇ ବଲିଉଡ କୁଇନ କଙ୍ଗନା ରଣାୱତ୍ ନିରାଶ ହୋଇ ବଲିଉଡ୍ କଳାକାର ଏବଂ ପ୍ରଡକ୍ସନ୍ ହାଉସ୍ ବିରୋଧରେ ଏକାଧିକ ଟ୍ବିଟ୍ କରି ସେମାନଙ୍କ ସତ୍ୟତା ସର୍ବ ସମ୍ମୁଖରେ ପ୍ରକାଶ କରିବେ ବୋଲି କହିଥିବା ଜଣାପଡିଛି ।

ବଲିଉଡ୍‌ ବଦନାମ ରିପୋର୍ଟ ବିରୋଧରେ କଙ୍ଗନାଙ୍ଗ ଟ୍ବିଟର ଝଡ

କଙ୍ଗନା ଏ ସଂପର୍କରେ ଟ୍ବିଟ୍ କରି ଲେଖିଛନ୍ତି," ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଅବିଭକ୍ତ ନିୟମ ଅଛି ‘ତୁମେ ମୋର କଳୁଷିତ ରହସ୍ୟ ଲୁଚାଇଲେ ମୁଁ ମଧ୍ୟ ତୁମର ଲୁଚାଇବି’ । ବଲିଉଡରେ ଏହା ହେଉଛି ପରସ୍ପର ପ୍ରତି ବିଶ୍ବସ୍ତତାର ଏକମାତ୍ର ଆଧାର । ମୁଁ ଜନ୍ମ ହେବା ପରେ ଚଳଚ୍ଚିତ୍ର ପରିବାରକୁ କେବଳ ଏହି ହାତଗଣତି ପୁରୁଷଙ୍କୁ ଇଣ୍ଡଷ୍ଟ୍ରି ଚଳାଉଥିବାର ଦେଖି ଆସୁଛି । ତେବେ ଏହା କେବେ ବଦଳିବ?" ବୋଲି କହି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ମୋ ଉପରେ ଏକ ମାମଲା ଦାଖଲ କର, କିନ୍ତୁ ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ ସମସ୍ତଙ୍କର ପ୍ରକୃତ ସତ୍ୟକୁ ସର୍ବ ସମ୍ମୁଖରେ ପ୍ରକାଶ କରିବି ।"

ବିଶେଷକରି ବଲିଉଡର ଲୋକପ୍ରିୟ ଅଭିନେତାମାନେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ କିପରି ଶୋଷଣ କରିଥିଲେ ଏ ସଂପର୍କରେ ମଧ୍ୟ ସେ ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି । "ଲୋକପ୍ରିୟ ଅଭିନେତାମାନେ କେବଳ ମହିଳାମାନଙ୍କୁ ଟାର୍ଗେଟ୍‌ କରନ୍ତି ନାହିଁ ବରଂ ଯୁବକ ଯୁବତୀଙ୍କୁ ମଧ୍ୟ ଶୋଷଣ କରନ୍ତି । ସେମାନେ ସୁଶାନ୍ତ ସିଂ ରାଜପୁତଙ୍କ ପରି ଯୁବକମାନଙ୍କୁ ଲୋକଲୋଚନକୁ ଆସିବାକୁ ଦିଅନ୍ତି ନାହିଁ ।" ସୁଶାନ୍ତଙ୍କ ଏକ ଫଟୋ ସହିତ କଙ୍ଗନା ଏହି ଟ୍ବିଟ୍‌କୁ ପୋଷ୍ଟ କରିଛନ୍ତି ।

ସେ ନିଜ ଟ୍ବିଟ୍‌ରେ ଆହୁରି ଲେଖିଛନ୍ତି," ଯେତେବେଳେ ତୁମକୁ ସମସ୍ତଙ୍କ ମଧ୍ୟରୁ ଅଲଗା କରାଯାଏ, ଟାର୍ଗେଟ୍ କରାଯାଏ, ସାରା ଦେଶବାସୀଙ୍କ ସମ୍ମୁଖରେ ଅପମାନିତ କରାଗଲେ କିପରି ଲାଗେ ବୋଲି କହି ସେ ବଲିଉଡ ପଙ୍କରେ ରହୁଥିବା କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପ୍ରଶ୍ନ କରିଛନ୍ତି । ଏଭଳି ପରିସ୍ଥିତିରେ କ'ଣ ଲୁଚିବାକୁ ମନ ହେଉଛି ? ତୁମେ ସମସ୍ତେ ଦଳ ହୋଇ ରହିବା ପରେ ବି ଯଦି ଏପରି ଅନୁଭବ କରୁଛ, ତେବେ ଏକା ଥିବା ବ୍ୟକ୍ତିର ପରିସ୍ଥିତି କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । "

ଅଭିଯୋଗକାରୀମାନେ ମକଦ୍ଦମାରେ ଉଲ୍ଲେଖ କରିଛନ୍ତି ଯେ କେବୁଲ ଟେଲିଭିଜନ ନେଟୱାର୍କ ନିୟମ,1994 ଅନୁଯାୟୀ ଗଣମାଧ୍ୟମ ସଂସ୍ଥାଗୁଡିକ ପ୍ରୋଗ୍ରାମ କୋଡର ନିୟମାବଳୀ ପାଳନ କରନ୍ତୁ ଏବଂ ବଲିଉଡ ବିରୁଦ୍ଧରେ ପ୍ରକାଶିତ ସମସ୍ତ ବଦନାମ ବିଷୟବସ୍ତୁକୁ ପ୍ରତ୍ୟାହାର କରିନିଅନ୍ତୁ।

@IANS

ABOUT THE AUTHOR

...view details