ମୁମ୍ବାଇ: କଙ୍ଗନା ରଣାୱତଙ୍କ ଅମାନିଆ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ଟ୍ବିଟର ଆକାଉଣ୍ଟ ଆପତ୍ତିଜନକ କମେଣ୍ଟ ପାଇଁ ସସପେଣ୍ଡ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ଲାଗିଥିଲା ଯେ ସେ ମୁସଲିମ ସମୁଦାୟ ବିରୋଧରେ ଅପମାନଜନକ କମେଣ୍ଟ କରିଥିଲେ। ପ୍ରଥମେ ତାଙ୍କ ସପୋର୍ଟରେ ଗାୟିକା ସୋନା ମହାପାତ୍ର ସାମ୍ନାକୁ ଆସିଥିଲେ। ଆଉ ଏବେ ଭଉଣୀ କଙ୍ଗନା ତାଙ୍କ ସପୋର୍ଟରେ ମୈଇଦାନକୁ ଓହ୍ଲାଇଛନ୍ତି।
ରଙ୍ଗୋଲୀଙ୍କ ସମର୍ଥନରେ ଭଉଣୀ କଙ୍ଗନା - ଗାୟିକା ସୋନା ମହାପାତ୍ର
କିଛି ଦିନ ପୂର୍ବରୁ ରଙ୍ଗୋଲୀଙ୍କ ଟ୍ବିଟର ଆକାଉଣ୍ଟକୁ ସସସ୍ପେଣ୍ଡ କରାଯାଇଥିଲା । ଯାହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା।
ସେ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଛନ୍ତି, ‘ମୋ ଭଉଣୀ ରଙ୍ଗୋଲୀ ଯେଉଁ ଟ୍ବିଟ କରିଥିଲେ ସେଥିରେ ସ୍ପଷ୍ଟ ହୋଇଥିଲା ଯେ ଡାକ୍ତରଙ୍କ ଉପରେ ପଥର ପିଙ୍ଗୁଥିବା ଲୋକଙ୍କୁ ଗୁଳିମାରିଦେବା କଥା । ହେଲେ ଫରାହ ଅଲ୍ଲୀ ଖାନ ଓ ରୀମା କାଗତୀ ଯେଉଁ ଦାବି କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ରଙ୍ଗୋଲୀ ଟ୍ବିଟରେ କେବେ ମୁସଲମାନଙ୍କୁ ଟାର୍ଗେଟ କରନ୍ତି ନାହିଁ। ଆଉ ଯଦି କେହି ଏହାକୁ ସାବ୍ୟସ୍ତ କରୁଛନ୍ତି, ତେବେ ଆମେ ଦୁଇ ଭଉଣୀ ସାମ୍ନାକୁ ଆସି କ୍ଷମା ମାଗିବୁ। ଟ୍ବିଟର ଭାରତ ଥାଳିରେ ଖାଇ ଛେଦ କରିବାରେ ଲାଗିଛି । ଏପରି ପ୍ଲାଟଫର୍ମର ଦାନାପାଣି ବନ୍ଦ କରିଦେବା କଥା।
ଏହାସହ ସେ କୁସ୍ତି ଖେଳାଳି ବବିତା ଫୋଗଟଙ୍କ ବୟାନର ମଧ୍ୟ ସମର୍ଥନ କରିଛନ୍ତି। ଆଉ ତାଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ଅପିଲ ମଧ୍ୟ କରିଛନ୍ତି।