ଓଡିଶା

odisha

ETV Bharat / sitara

ଶିଖ ସେନା ଅଧିକାରୀଙ୍କ ଭୂମିକାରେ ନଜର ଆସିବେ କଙ୍ଗନା - ଶିଖ ସେନା ଅଧିକାରୀଙ୍କ ଭୂମିକାରେ କୁଇନ

କିଛିଦିନ ପୂର୍ବରୁ ଫିଲ୍ମ ‘ତେଜସ’ରୁ କଙ୍ଗନା ନିଜର ଲୁକ ସେୟାର କରିଥିଲେ । ଏବେ ସେ ଏହି ଫିଲ୍ମକୁ ନେଇ କିଛି ଅଧିକ ତଥ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ...

kangana-ranaut-on-playing-a-sikh-soldier-in-tejas
ଶିଖ ସେନା ଅଧିକାରୀଙ୍କ ଭୂମିକାରେ କୁଇନ

By

Published : Feb 28, 2021, 5:36 PM IST

ମୁମ୍ବାଇ: କିଛି ଦିନରୁ ରାଜନୀତି ଓ ସାମାଜିକ ପ୍ରସଙ୍ଗ ଉପରେ ବୟାନବାଜି କରିଆସୁଥିବା କଙ୍ଗନା ରଣାୱତ ଏବେ ଫିଲ୍ମ ମୁହାଁ ହୋଇଛନ୍ତି । ବାଦବିବାଦକୁ ପଛରେ ରଖି ସେ ଲାଗିପଡିଛନ୍ତି ନିଜ ଅପକମିଂ ଫିଲ୍ମ ‘ତେଜସ’ ପ୍ରସ୍ତୁତିରେ ।

କିଛିଦିନ ପୂର୍ବରୁ ଫିଲ୍ମ ‘ତେଜସ’ରୁ କଙ୍ଗନା ନିଜର ଲୁକ ସେୟାର କରିଥିଲେ । ଏବେ ସେ ଏହି ଫିଲ୍ମକୁ ନେଇ କିଛି ଅଧିକ ତଥ୍ୟ ଦେଇଛନ୍ତି ।

ବର୍ତ୍ତମାନ କଙ୍ଗନା ଟ୍ବିଟରରେ ଏକ ଡ୍ରେସର ଏକ ଫଟୋ ସେୟାର କରି ନିଜର ଭୂମିକା ବିଷୟରେ କହିଛନ୍ତି ଯେ, ଫିଲ୍ମ ‘ତେଜସ’ରେ ମୁଁ ଜଣେ ଶିଖ ସେନା ଅଧିକାରୀଙ୍କ ଭୂମିକାରେ ଆଜର ଆସିବି । ସେ ସେୟାର କରିଥିବା ଫଟୋରେ ‘ତେଜସ ଗିଲ୍’ ଲେଖାଯାଇଛି । ଏହାକୁ ନେଇ ସେ ଲେଖିଛନ୍ତି, ମୁଁ କେବେ ଭାବିନଥିଲି ମୋ ପୋଷାକରେ ନିଜ ଚରିତ୍ରର ପୁରା ନାଁ ପଢିପାରିବି । ଏହାକୁ ଦେଖି ମତେ ବହୁତ ଖୁସି ଲାଗିଥିଲା ।

ପ୍ରକାଶ ଥାଉ ଯେ, ତେଜସ୍ ବ୍ୟତୀତ ଆଗାମୀ ସମୟରେ କଙ୍ଗନାଙ୍କୁ ଫିଲ୍ମ ଥଲାଇବି ଏବଂ ଧାକଡରେ ମଧ୍ୟ ଦେଖିବାକୁ ମିଳିବ ।

ABOUT THE AUTHOR

...view details