ମୁମ୍ବାଇ: ଯେବେଠୁ ଫିଲ୍ମ ‘ଥଲାଇଭି’ ମେକର୍ସ କଙ୍ଗନା ରଣାୱତଙ୍କ ସହ ଫିଲ୍ମର ଘୋଷଣା କରିଛନ୍ତି। ସେହି ସମୟରୁ ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ। ଫ୍ୟାନ୍ସ ଆଶା ବାନ୍ଧିଛନ୍ତି ଯେ ତାମିଲନାଡୁର ପୂର୍ବତନ ସ୍ବର୍ଗୀୟ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ ଉପରେ ନିର୍ମାଣ ହେଉଥିବା ବାୟୋପିକ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେବ। ସେପଟେ କଙ୍ଗନା ମଧ୍ୟ ଫିଲ୍ମ ପାଇଁ ଖୁବ୍ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି।
ନିକଟରେ ଯେତେବେଳେ ‘ଥଲାଇଭି’ ଫିଲ୍ମରୁ କଙ୍ଗନାଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି ହୋଇଥିଲା, ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଅବିକଳ ଜୟଲଳିତାଙ୍କ ଭଳି ନଜର ଆସୁଥିଲେ କଙ୍ଗନା। ଏବେ ଜୟଲଳିତାଙ୍କ ଜୟନ୍ତିରେ ଫିଲ୍ମରୁ କଙ୍ଗନାଙ୍କ ଦ୍ବିତୀୟ ପୋଷ୍ଟର ଜାରି କରାଯାଇଛି।