ଓଡିଶା

odisha

ETV Bharat / sitara

ପ୍ରଡକ୍ସନ ହାଉସର ମାଲିକାଣୀ ସାଜିଲେ କୁଇନ - କଙ୍ଗନା ରଣାୱତ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଫିଲ୍ମସ

ଏବେ ଫିଲ୍ମ ପ୍ରଯୋଜନା କରିବେ କଙ୍ଗନା ରାଣାୱତ । ମକର ସଂକ୍ରାନ୍ତି ଅବସରରେ ଲଞ୍ଚ କଲେ ନିଜ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଫିଲ୍ମସ । ସୂଚନା ଦେଲେ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ।

_kangana ranaut
ଡିଜାଇନ ଫଟୋ

By

Published : Jan 15, 2020, 8:52 PM IST

ମୁମ୍ବାଇ: ବି-ଟାଉନ କୁଇନ କଙ୍ଗନା ରଣାୱତ ନିଜ ନାମରେ ଆଉ ଏକ ଉପଲବ୍ଧି ସାମିଲ କରିଛନ୍ତି । ମକର ସଂକ୍ରାନ୍ତି ଅବସରରେ କଙ୍ଗନା ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୁଡନ୍ୟୁଜ । ଆଜି ସେ ନିଜର ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଫିଲ୍ମସ ଲଞ୍ଚ କରିଛନ୍ତି । ଏହି ପ୍ରଡକ୍ସନ ହାଉସ ପାଇଁ କଙ୍ଗନା ମୁମ୍ବାଇର ପାଲି ହିଲରେ 3 ମହଲା ବିଶିଷ୍ଟ ଘର କିଣିଛନ୍ତି । ଯାହାର ପୂଜା କରି ନିଜ ପ୍ରଡକ୍ସନ ହାଉସର ଲଞ୍ଚ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଙ୍ଗୋଲୀ ଚାନ୍ଦେଲ

ଏହି କଥାର ସୂଚନା ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ କଙ୍ଗନା ନିଜ ଭାଇ ଅକ୍ଷିତଙ୍କ ସହ ପୂଜା କରୁଥିବାର ନଜର ଆସୁଛନ୍ତି । କଙ୍ଗନାଙ୍କ ଏହି ଉପଲବ୍ଧିର ପ୍ରଶଂସା କରି ରଙ୍ଗୋଲୀ କ୍ୟାପସନରେ ଲେଖିଛନ୍ତି, ‘କଙ୍ଗନା କେବେ ବିବାହରେ ନା ଆୱାର୍ଡ ଫଙ୍କସନରେ ନାଚିଛନ୍ତି । ସେ ମୁଭି ମାଫିଆଙ୍କ ସହ ଲଢିଥିଲେ । ତଥାପି ଆଜି ତାଙ୍କ ପାଖରେ ଅନ୍ୟ ଅଭିନେତ୍ରୀଙ୍କ ଠାରୁ ଅଧିକ ସମ୍ପତ୍ତି ଅଛି ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଙ୍ଗୋଲୀ ଚାନ୍ଦେଲ

ପ୍ରକାଶ ଥାଉକି ଆଗାମୀ ଭବିଷ୍ୟତରେ କଙ୍ଗନା ଏହି ପ୍ରଡକ୍ସନ ହାଉସରେ ଅନେକ ପ୍ରୋଜେକ୍ଟକୁ ନେଇ କାମ କରିବେ । ଆଉ ତାଙ୍କ ଭାଇ ପ୍ରଡକ୍ସନ ହାଉସର ଆଇନ ଓ ଆର୍ଥିକ କାମ ସମ୍ଭାଳିବେ ।

ABOUT THE AUTHOR

...view details