ଓଡିଶା

odisha

ETV Bharat / sitara

ସୁଶାନ୍ତ ମାମଲା: ଏମ୍ସ ରିପୋର୍ଟକୁ ନେଇ ରାଗିଲେ କଙ୍ଗନା - kangana ranaut give reaction

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏମ୍ସର ଫରେନସିକ୍ ଏକ୍ସପର୍ଟ୍ସଙ୍କ ଟିମ ରିପୋର୍ଟରେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା କାରଣରୁ ହୋଇଛି । ଯାହା ଉପରେ କଙ୍ଗନା କହିଥିଲେ ଯେ, ଆମକୁ ଲେଟେଷ୍ଟ ପ୍ରୋଗ୍ରେସ ସହିତ କିଛି ପ୍ରଶ୍ନର ଉତ୍ତର ଦରକାର । ଯାହା ସହିତ ସେ ତାଙ୍କର ପ୍ରଶ୍ନର ତାଲିକା ମଧ୍ୟ ସେୟାର କରିଥିଲେ । ଅଧିକ ପଢନ୍ତୁ...

kangana ranaut give reaction on aiims forensic report of sushant
ସୁଶାନ୍ତ ମାମଲା: ଏମ୍ସ ରିପୋର୍ଟକୁ ନେଇ ରାଙ୍ଗିଲେ କଙ୍ଗନା

By

Published : Oct 3, 2020, 8:25 PM IST

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ହତ୍ୟା କରାଯାଇଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି ।

କିନ୍ତୁ ଶନିବାର ଏହି ସମସ୍ତ ପ୍ରଶ୍ନର ଉତ୍ତର ଏମ୍ସର ଫରେନସିକ୍ ଏକ୍ସପର୍ଟ୍ସଙ୍କ ଟିମ ରିପୋର୍ଟରେ କହିଛନ୍ତି । ସେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା କାରଣରୁ ହୋଇଛି ।

ଏମ୍ସର ରିପୋର୍ଟ ଆସିବା ପରେ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କଙ୍ଗନା ଟ୍ବିଟ୍ କରି କହିଛନ୍ତି, ଦିନେ ଜଣେ ଯୁବକ ସକାଳୁ ଉଠି ଆତ୍ମହତ୍ୟା କରିଦିଅନ୍ତି । ସୁଶାନ୍ତ କହୁଥିଲେ ଯେ,ତାଙ୍କୁ ଦୁର୍ବ୍ୟବହାର କରାଯାଉଛି ଏବଂ ତାଙ୍କ ଜୀବନ ବିପଦରେ ଅଛି । ଚଳଚ୍ଚିତ୍ର ମାଫିଆ ତାଙ୍କୁ ହଇରାଣ କରୁଛନ୍ତି । ଏଥିସହିତ ସୁଶାନ୍ତଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଯାଇଥିଲା । ଯାହା ଫଳରେ ସେ ମାନସିକ ସ୍ତରରେ ପ୍ରଭାବିତ ହୋଇଥିଲେ ।

କଙ୍ଗନା ଅନ୍ୟ ଏକ ଟ୍ବିଟରେ ଲେଖିଛନ୍ତି, ଆମକୁ ଲେଟେଷ୍ଟ ପ୍ରୋଗ୍ରେସ ସହିତ କିଛି ପ୍ରଶ୍ନର ଉତ୍ତର ଦରକାର । ଯାହା ସହିତ ସେ ତାଙ୍କର ପ୍ରଶ୍ନର ତାଲିକା ମଧ୍ୟ ସେୟାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details