ମୁମ୍ବାଇ:ଗତ ସେପ୍ଟେମ୍ବର 10 ତାରିଖରେ ମୁକ୍ତିଲାଭ କରିଥିବା ଜୀବନୀ ନାଟକ 'ଥଲାଇଭା'ରେ ତାମିଲନାଡୁର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ ତାରକା କଙ୍ଗନା ରଣାୱତ । ଏଥିଲାଗି ତାଙ୍କୁ ସକରାତ୍ମକ ସମୀକ୍ଷା ମଧ୍ୟ ମିଳୁଛି । 1991 ରୁ 2016 ମଧ୍ୟରେ ୧୪ ବର୍ଷରୁ ଅଧିକ ସମୟ ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ । ଏହି ଫିଲ୍ମରେ କଙ୍ଗନାଙ୍କୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଥିବା ଦେଖିବାକୁ ମିଳୁଛି ।
'ଥଲାଇଭା'ର ଦ୍ବିତୀୟ ଭାଗ ପାଇଁ ପ୍ରସ୍ତୁତି କରୁଛନ୍ତି କଙ୍ଗନା ! - କଙ୍ଗନା
'ଥଲାଇଭା' ଫିଲ୍ମକୁ ଦର୍ଶକ ପସନ୍ଦ କରୁଛନ୍ତି । ଏଥିଲାଗି ଏହାର ଦ୍ବିତୀୟ ଭାଗ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

'ଥଲାଇଭା'ର ଦ୍ବିତୀୟ ଭାଗ ପାଇଁ ପ୍ରସ୍ତୁତି କରୁଛନ୍ତି କଙ୍ଗନା !
ଏହି ଫିଲ୍ମରେ ଜୟଲଳିତାଙ୍କ ଜୀବନୀର ସମ୍ପୂର୍ଣ୍ଣ ଭାଗ ଦେଖିବାକୁ ମିଳିନାହିଁ । ଏଣୁ ଏହାର ଦ୍ବିତୀୟ ଭାଗ ଆସିପାରେ ବୋଲି ସୂଚନା ମିଳିଛି । ଦର୍ଶକ ମଧ୍ୟ ଫିଲ୍ମକୁ ପସନ୍ଦ କରୁଥିବାରୁ ଏହାର ଦ୍ବିତୀୟ ଭାଗ ଆସିବା ନେଇ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ