ମୁମ୍ବାଇ: ମଙ୍ଗଳବାର ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରଶଂସକଙ୍କୁ ନବରାତ୍ରୀ ଏବଂ ଗୁଡି ପଡଓ୍ବାରର ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନା ନବରାତ୍ରୀ ଅବସରରେ ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଆଜିର ଦିନରେ ମା'ଙ୍କୁ ପୂଜା କରନ୍ତୁ ଏବଂ ଆଶୀର୍ବାଦ ଲୋଡ଼ନ୍ତୁ ।
କଙ୍ଗନା ଇନଷ୍ଟାଗ୍ରାମରେ ଦେବୀଙ୍କ ନିକଟରେ ପ୍ରାର୍ଥନା କରୁଥିବାର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, 'ସମସ୍ତଙ୍କୁ ଗୁଡି ପଡଓ୍ବା ଏବଂ ନବରାତ୍ରୀର ଶୁଭେଚ୍ଛା କାମନା କରୁଛି । ମୁଁ ଯେତେବେଳେ ଘର ଛାଡିଥିଲି ସେତେବେଳେ ଏହି ମା’ଙ୍କ ଫଟୋ ମୋତେ ମୋ ମା' ଦେଇଥିଲେ, ମୁଁ ଜୀବନରେ ବହୁତ କିଛି ହରାଇଛି, କିନ୍ତୁ ଏହା ମୋ ସହିତ ସବୁଦିନ ପାଇଁ ଅଛି । ଯଦି ଆପଣ ନବରାତ୍ରୀରେ କଣ କରିବେ ଜାଣନ୍ତି ନାହିଁ, ତେବେ ଆପଣ ମାତାଙ୍କୁ ପୂଜା କରନ୍ତୁ ଏବଂ ଆଶୀର୍ବାଦ ନିଅନ୍ତୁ ।