ଓଡିଶା

odisha

ETV Bharat / sitara

ରାମ ମନ୍ଦିର ଭାଙ୍ଗୁଛନ୍ତି ଅହଂକାରୀ ବାବର; କଙ୍ଗନା - Mumbai office to Ram Mandir

ବିଏମସି ଅଧିକାରୀଙ୍କ ସହ ମୁମ୍ବାଇର ପୋଶ ପାଲି ହିଲ ଅଞ୍ଚଳରେ କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମ ଅଫିସରେ ହୋଇଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ କାର୍ଯ୍ୟାଳୟରେ ପହଞ୍ଚିଛି। ବିଏମସିର ପଦକ୍ଷେପକୁ ନେଇ କଙ୍ଗନା ତାଙ୍କ କାର୍ଯ୍ୟାଳୟକୁ ରାମ ମନ୍ଦିର ସହିତ ତୁଳନା କରି କହିଛନ୍ତି ଯେ ବାବର ଏହାକୁ ଭାଙ୍ଗୁଛନ୍ତି।

ରାମ ମନ୍ଦିର ଭାଙ୍ଗୁଛନ୍ତି ଅହଂଙ୍କାରୀ ବାବର; ଅଭିନେତ୍ରୀ କଙ୍ଗନା
ରାମ ମନ୍ଦିର ଭାଙ୍ଗୁଛନ୍ତି ଅହଂଙ୍କାରୀ ବାବର; ଅଭିନେତ୍ରୀ କଙ୍ଗନା

By

Published : Sep 9, 2020, 11:52 AM IST

Updated : Sep 9, 2020, 12:13 PM IST

ମୁମ୍ବାଇ: ଫେସ ଟୁ ଫେସ ହୋଇଛନ୍ତି କଣ୍ଟ୍ରୋଭର୍ସି କୁଇନ ଓ ମହାରାଷ୍ଟ୍ର ସରକାର। ଗତ କିଛିଦିନ ଧରି ଏହି ବିବାଦ ଚାଲିଥିବା ବେଳେ ରିଭେଞ୍ଜ ମୁଡରେ ରହିଛି ବିଏମସି। ଅଧିକାରୀଙ୍କ ସହ ମୁମ୍ବାଇର ପୋଶ ପାଲି ହିଲ ଅଞ୍ଚଳରେ କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମ ଅଫିସରେ ହୋଇଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା ଆରମ୍ଭ କରିଛି । ବିଏମସିର ପଦକ୍ଷେପକୁ ନେଇ କଙ୍ଗନା ତାଙ୍କ କାର୍ଯ୍ୟାଳୟକୁ ରାମ ମନ୍ଦିର ସହିତ ତୁଳନା କରି କହିଛନ୍ତି ଯେ ବାବର ଏହାକୁ ଭାଙ୍ଗୁଛନ୍ତି।

ବିଏମସି ପକ୍ଷରୁ ମଙ୍ଗଳବାର ଦିନ ଏମଏମସି ଆକ୍ଟର ଧାରା 351 ଅନୁଯାୟୀ ଏହି ନୋଟିସ ଜାରି କରିବା ସହ କଙ୍ଗନାଙ୍କ ପ୍ରତିକ୍ରିୟା ପାଇଁ 24 ଘଣ୍ଟା ସମୟ ଦେଇଛି। ମଙ୍ଗଳବାର ଦିନ କଙ୍ଗନା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କ ଓକିଲ ରିଜୱାନ ସିଦ୍ଦିକିଙ୍କ ସହ ମୁମ୍ବାଇରେ ତାଙ୍କ ସମ୍ପତ୍ତି ଭାଙ୍ଗିବା ନେଇ ବିଏମସି ନୋଟିସକୁ ସେୟାର କରିଛନ୍ତି।

ସେହିପରି ଏହି ମାମଲାରେ ବିଏମସିର ସିନିୟର ଅଫିସର କହିଛନ୍ତି, ‘ଆମେ ତରଫରୁ ତାଙ୍କୁ ନୋଟିସ୍ ଜାରି କରି କୁହାଯାଇଥିଲା 24 ଘଣ୍ଟା ମଧ୍ୟରେ ଜବାବ ଦେବାକୁ । ହେଲେ ସେ ନୋଟିସ୍‌ର କୌଣସି ଉତ୍ତର ଦେଇନଥିଲେ । କଙ୍ଗନାଙ୍କ କାର୍ଯ୍ୟାଳୟ ଭିତରେ ଅନେକ ବେଆଇନ ଏବଂ ଅଣଅଧିକୃତ ନିର୍ମାଣ ହୋଇଛି ଏବଂ ତେଣୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।’

ଭିଡିଓ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

ଏହାସହ କଙ୍ଗନା ଟ୍ବିଟ କରି ଲେଖିଛନ୍ତି, ‘ବିଏମସି ମୋ ବିରୁଦ୍ଧରେ ଚକ୍ରାନ୍ତ ଆରମ୍ଭ କରିଛି। ମୋ ଘର ଭାଙ୍ଗିବା ଖବରରେ ମ୍ରିୟମାଣ ଓ ଦୁଃଖିତ। ମୁଁ ଏତେ ବର୍ଷ ମଧ୍ୟରେ ଯାହାକୁ ଉତ୍ସାହ ସହିତ ନିର୍ମାଣ କରିଥିଲି, ତାହା ଆଜି ମୋ ଇଚ୍ଛା ବିରୁଦ୍ଧରେ ଭାଙ୍ଗୁଛି। ତେଣୁ ତମେ ମାନେ ଏହାକୁ ଭାଙ୍ଗି ମୋ ଆତ୍ମାକୁ କ୍ଷତି ପହଁଞ୍ଚାଇଲେ ମୁଁ ସେତେ ଶକ୍ତ ହେବି।’

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଧମକ ବିରୋଧରେ ଟ୍ୱିଟରରେ ବିବାଦୀୟ ପାକିସ୍ତାନ ଅକ୍ତିଆର ହୋଇଥିବା କାଶ୍ମୀର ପିଓକେ ମନ୍ତବ୍ୟ ଦେବା ପରେ କଙ୍ଗନା ମହାରାଷ୍ଟ୍ର ସରକାରଙ୍କ କ୍ରୋଧର ଶୀକାର ହୋଇଛନ୍ତି। ଅଭିନେତ୍ରୀଙ୍କୁ ମୁମ୍ବାଇ ଫସେଇ ନଦେବାକୁ ଧମକ ଦେଇଥିବା ରାଉତ ଅଭିଯୋଗ ହୋଇଥିଲା। ଯେଉଁଥି ପାଇଁ ସୋମବାର ଗୃହ ମନ୍ତ୍ରଣାଳୟ (MHA) କଙ୍ଗନାକୁ Y ବର୍ଗର ସୁରକ୍ଷା ପ୍ରଦାନ କରିଛି।

Last Updated : Sep 9, 2020, 12:13 PM IST

ABOUT THE AUTHOR

...view details