ମୁମ୍ବାଇ: ଦୀପାବଳି ଅବସରରେ ବି-ଟାଉନ ସେଲିବ୍ରିଟି ପାର୍ଟି କରିବାରେ ବ୍ୟସ୍ତ ନଜର ଆସୁଛନ୍ତି । ଯେଉଁଠାରେ ନିର୍ମାତା ରାକେଶ ତୋରାନୀଙ୍କ ଘରେ ଦୀପାବଳି ପାର୍ଟିର ଆୟୋଜନ ହୋଇଥିଲା । ସେହିଠାରେ ଏବେ ବି-ଟାଉନ କୁଇନ କଙ୍ଗନା ରଣାୱତଙ୍କ ପାର୍ଟି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଥଲାଇଭି’ର ସୁଟିଂ ପାଇଁ ଲସ ଆଞ୍ଜଲେସରେ ଅଛନ୍ତି କଙ୍ଗନା। ଏହି ଫିଲ୍ମରେ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ସୁଟିଂରୁ ଫୁରସତ ପାଇଁ କଙ୍ଗନା ଫିଲ୍ମ ଟିମ ସହ ଦୀପାବଳି ପାର୍ଟିରେ ନଜର ଆସିଛନ୍ତି ।