ଓଡିଶା

odisha

ETV Bharat / sitara

ମନାଲିରେ ରେସ୍ତୋରାଁ ଖୋଲିବେ କଙ୍ଗନା, ସେୟାର କଲେ ଫଟୋ - kangana-ranaut-building-her-first-cafe

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ ଏବେ ମନାଲିରେ ରେସ୍ତୋରାଁ ଖୋଲିବେ । ଅଧିକ ପଢନ୍ତୁ...

kangana-ranaut-building-her-first-cafe-and-restaurant-in-manali
ମନାଲିରେ ରେସ୍ତୋରାଁ ଖୋଲିବେ କଙ୍ଗନା, ସେୟାର କଲେ ଫଟୋ

By

Published : Feb 23, 2021, 6:43 PM IST

ସିମଲା: ଗତ କିଛି ମାସ ହେଲା ଚର୍ଚ୍ଚାରେ ରହି ଆସୁଥିବା ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ ଏବେ ମନାଲିରେ ରେସ୍ତୋରାଁ ଖୋଲିବେ । ଆପଣମାନେ ଯେତେବେଳେ ମନାଲିକୁ ଯିବେ, ସେତେବେଳେ ଆପଣ ସେଠାରେ କଙ୍ଗନାଙ୍କ କାଫେ ହାଉସ୍ ଏବଂ ରେସ୍ତୋରାଁର ମଧ୍ୟ ଉପଭୋଗ କରିପାରିବେ ।

ଆଜ୍ଞା ହଁ, କଙ୍ଗନା ଟ୍ବିଟ୍ କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି ।

କଙ୍ଗନା ଟ୍ବିଟ୍ କରି କହିଛନ୍ତି, ମୋର ନୂଆ ଉଦ୍ୟମ, ମୋର ସ୍ବପ୍ନକୁ ସମସ୍ତଙ୍କ ସହ ସେୟାର କରୁଛି, ଯାହା ଆମକୁ ନିକଟତର କରିବ । ଚଳଚ୍ଚିତ୍ର ବ୍ୟତୀତ ମୋର ଦ୍ବିତୀୟ ପସନ୍ଦ ହେଉଛି ଫୁଡ । ମୁଁ ଏବେ ଏକ ରେସ୍ତୋରାଁ ଖୋଲିବାକୁ ଯାଉଛି । ମନାଲିରେ ମୋର ପ୍ରଥମ କାଫେ ଏବଂ ରେସ୍ତୋରାଁ । ମୋର ଟିମକୁ ଧନ୍ୟବାଦ' ।

ଏହି ଫଟୋଗୁଡ଼ିକରେ, କଙ୍ଗନା ତାଙ୍କ ସ୍ବପ୍ନର ପ୍ରୋଜେକ୍ଟ ବିଷୟରେ କଥାବାର୍ତ୍ତା ଏବଂ ଯୋଜନା କରୁଥିବାର ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ କଙ୍ଗନା ତାମିଲନାଡୁର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍ ଚଳଚ୍ଚିତ୍ର 'ଥାଲାଇବି'ରେ ନଜର ଆସିବେ। ଏହା ବ୍ୟତୀତ କଙ୍ଗନା ଫିଲ୍ମ 'ଧାକଡ'ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details