ମନାଲି: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଗୃହ ମନ୍ତ୍ରାଳୟ ତରଫରୁ ମିଳିଥିବା ୱାଇ ପ୍ଲସ ସୁରକ୍ଷା ପାଇଁ ସୁରକ୍ଷା ଟିମ ସୋମବାର ବିଳମ୍ବିତ ରାତିରେ ତାଙ୍କ ମନାଲିସ୍ଥିତ ଘରେ ପହଞ୍ଚିସାରିଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଙ୍ଗନା ମନାଲିରୁ ମୁମ୍ବାଇକୁ ଯାତ୍ରା କରିବେ । ସୋମବାର ଗୃହ ମନ୍ତ୍ରାଳୟ ତରଫରୁ କଙ୍ଗନାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ଘୋଷଣା ହୋଇଥିଲା । ଏହି ସୁବିଧା ପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇବା ସହ ତାଙ୍କ ପ୍ରଶଂସା ମଧ୍ୟ କରିଥିଲେ ।
ସେହିପରି ହିମାଚଳ ପ୍ରଦେଶ ସରକାର ଦ୍ବାରା ସୋମବାର ପୋଲିସ ଅଧିକାରୀ ପୂର୍ବରୁ କଙ୍ଗନାଙ୍କ ଘରେ ବାହାରେ ସୁରକ୍ଷା ପ୍ରଦାନ କରିଥିଲେ । ଆଉ ଏବେ ମିଳିଥିବା ୱାଇ ପ୍ଲସ ସୁରକ୍ଷା ପାଇଁ କଙ୍ଗନାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ହୋଇଛି ।