ଓଡିଶା

odisha

ETV Bharat / sitara

ବଢିଚାଲିଛି 'ମେଣ୍ଟାଲ ହୈ କ୍ୟା'ର ବିବାଦ

କଙ୍ଗନା ରଣାୱତ ଓ ରାଜକୁମାର ରାଓଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ 'ମେଣ୍ଟାଲ ହେ କ୍ୟା'ର ବିବାଦ ସତେଯେମିତି କମିବାରେ ନାଁ ନେଉନାହିଁ । ଆଉ ସେଥିପାଇଁ ବଦଳିପାରେ ଫିଲ୍ମର ଟାଇଟଲ ।

By

Published : May 3, 2019, 7:38 PM IST

ମୁମ୍ବାଇ: ଏକତା କପୁରଙ୍କ ପ୍ରଯୋଜିତ ଆଗାମୀ ଫିଲ୍ମ 'ମେଣ୍ଟାଲ ହେ କ୍ୟା'ର ବିବାଦ ବଢିବାରେ ଲାଗିଛି । କଙ୍ଗନା ରଣାୱତ ଓ ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମର ଟାଇଟଲ ଉପରେ କିଛି ମନୋବୈଜ୍ଞାନିକ ଆପତ୍ତି କରିଥିଲେ । ତାଙ୍କ ଅନୁଯାୟୀ ଫିଲ୍ମର ଟାଇଟଲ ମାନସିକ ରୋଗୀଙ୍କୁ ଭୁଲ ରୂପେ ପର୍ଯ୍ୟବେଶିତ କରୁଛି ।

ଏହାର କିଛି ଦିନ ପରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ 'ଲିଭ ଲଭ ଲାଫ ଫାଉଣ୍ଡେସନ' ମଧ୍ୟ ଏହି ଫିଲ୍ମର ଟାଇଟଲ ଉପରେ ଆପତ୍ତି ପ୍ରକାଶ କରିଥିଲା । କିନ୍ତୁ ଏଯାବତ ମେକର୍ସଙ୍କ ପକ୍ଷରୁ ଫିଲ୍ମ ଟାଇଟଲ ପରିବର୍ତ୍ତନ କରାଯିବାର କୌଣସି ଅଧିକାରିକ ଘୋଷଣା ହୋଇନାହିଁ । ଅନ୍ୟପଟେ ବିବାଦକୁ ଦେଖି ଲାଗୁଛି ଯେ ମେକର୍ସ ହୁଏତଃ ଫିଲ୍ମର ଟାଇଟଲ ପରିବର୍ତ୍ତନ କରିପାରନ୍ତି ।

ପ୍ରକାଶ ଥାଉକି ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିବା ମାତ୍ରେ ଇଣ୍ଡିଆନ ସାଇକାୟାଟ୍ରିକ ସୋସାଇଟି (ଆଇପିଏସ) ଫିଲ୍ମ ଉପରେ ଆପତ୍ତି ଆଣିଥିଲା ।

ABOUT THE AUTHOR

...view details