ମୁମ୍ବାଇ:ଗତ କିଛି ଦିନ ତଳେ ରିଲିଜ ହୋଇଥିବା କଙ୍ଗନା ବହୁପ୍ରତିକ୍ଷିତ ଫିଲ୍ମ 'ଥଲାଇଭି' ରିଲିଜ ହୋଇଛି । ଏଥିରେ ସେ ରାଜନେତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଦର୍ଶକ ଏଥିରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଥିବା ବେଳେ ଫିଲ୍ମ ପାଇଁ ବହୁ ପରିଶ୍ରମ କରିଛନ୍ତି କଙ୍ଗନା । ସେ ଫିଲ୍ମ ପାଇଁ ୨୦ କିଲୋ ଓଜନ ବଢାଇଥିବା ବେଳେ ତାଙ୍କର ସବୁଦିନ ପାଇଁ ଷ୍ଟ୍ରେଚମାର୍କ ରହିଯାଇଥିବା ସେ କହିଛନ୍ତି ।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଦମଦାର ଅଭିନୟ କରିଛନ୍ତି । ତାଙ୍କ ଅଭିନୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତେବେ ଏହି ଫିଲ୍ମର ଭୂମିକା ପାଇଁ କଙ୍ଗନାଙ୍କୁ ୨୦ କିଲୋ ଓଜନ ବଢାଇବାକୁ ପଡିଥିଲା । ଯେଉଁଥିରେ ତାଙ୍କ ଶରୀରରେ ସବୁଦିନ ଲାଗି ଷ୍ଟ୍ରେଚମାର୍କ ରହିଯାଇଥିବା ସେ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । କଙ୍ଗନା ଇନଷ୍ଟାଗ୍ରାମରେ ୨ଟି ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।