ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜି (ଗୁରୁବାର)ମୁମ୍ବାଇ ପୋଲିସ ନିକଟରେ ହାଜର ହୋଇପାରନ୍ତି । କଙ୍ଗନାଙ୍କୁ ଗତକାଲି ଅର୍ଥାତ ଡିସେମ୍ବର 22ରେ ମୁମ୍ବାଇର ଖାର ପୋଲିସ ଷ୍ଟେସନ ଯାଇ ନିଜ ବୟାନ ରୁଜୁ କରିବାର ଥିଲା । କିନ୍ତୁ ସେ ତାଙ୍କର କୌଣସି ବ୍ୟକ୍ତିଗତ କାର୍ଯ୍ୟ କାରଣରୁ ସେଠାରେ ପହଞ୍ଚି ପାରିନଥିଲେ ।
ସୋସିଆଲ୍ ମିଡିଆରେ ପୋଷ୍ଟ୍ ମାମଲା: ମୁମ୍ବାଇ ପୋଲିସ ନିକଟରେ ହାଜର ହେବେ କଙ୍ଗନା - ମୁମ୍ବାଇ ପୋଲିସରେ ହାଜର ହେବେ କଙ୍ଗନା
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜି (ଗୁରୁବାର)ମୁମ୍ବାଇ ପୋଲିସ ନିକଟରେ ହାଜର ହୋଇପାରନ୍ତି । ଅଧିକ ପଢନ୍ତୁ
ମୁମ୍ବାଇ ପୋଲିସରେ ଆଜି ହାଜର ହେବେ କଙ୍ଗନା ରାଣାୱତ
ମିଳିଥିବା ସୂଚନାନୁସାରେ କଙ୍ଗନା ଆଜି ସକାଳ 11ଟା ସମୟରେ ନିଜ ବୟାନ ରଖିବା ପାଇଁ ଖାର ପୋଲିସ ଷ୍ଟେସନରେ ହାଜର ହେବାର ଥିଲା । ସୂଚନାଯୋଗ୍ୟ ଯେ, କୃଷକଙ୍କ ପ୍ରତିବାଦରେ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ସଂପର୍କରେ ଅଭିନେତ୍ରୀ କଙ୍ଗନା ଡିସେମ୍ବର 22ରେ ମୁମ୍ବାଇ ପୋଲିସ ନିକଟରେ ହାଜର ହୋଇଥାନ୍ତେ । ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଖାର ପୋଲିସ ଷ୍ଟେସନରେ ରାଣାୱତଙ୍କ ବିରୋଧରେ ଏତଲା ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ