ଓଡିଶା

odisha

ETV Bharat / sitara

‘ଗୁଲାବୋ-ସିତାବୋ’ର ମଜାକ ଉଡାଇଲେ କେଆରକେ, ଶୁଣିଲେ କଡା ଜବାବ - ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କେଆରକେ ଏବେ ପୁଣି ଚର୍ଚ୍ଚାରେ । ‘ଗୁଲାବୋ-ସିତାବୋ’ ଉପରେ ନେଗେଟିଭ ରିଭ୍ୟୁ ଦେଇ କଡା ଜବାବ ଶୁଣିଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କେଆରକେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କେଆରକେ

By

Published : Jun 12, 2020, 3:38 PM IST

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ-ସିତାବୋ’ ଓଟିଟି ପ୍ଲାଟଫର୍ମ ତଥା ଆମାଜନ ପ୍ରାଇମରେ ରିଲିଜ ହୋଇଯାଇଛି । ଏହା ପ୍ରଥମ ବଡ ଫିଲ୍ମ ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଇତିମଧ୍ୟରେ ଫିଲ୍ମର ମଜାକ ଉଡାଇ ଚର୍ଚ୍ଚାରେ ଫେମସ ପ୍ରଯୋଜକ, ଅଭିନେତା କମାଲ ଆର ଖାନ(କେଆରକେ) ।

ସେ ଫିଲ୍ମର ରିଭ୍ୟୁ କରିଛନ୍ତି । ସେ ଟ୍ବିଟରରେ ସୁଜିତ ସିରକାରଙ୍କ ଏହି ଫିଲ୍ମକୁ ନେଗେଟିଭ ରିଭ୍ୟୁ ଦେଇଛନ୍ତି । ଏହାସହ ସେ ଫିଲ୍ମର ମଜାକ ମଧ୍ୟ ଉଡାଇଛନ୍ତି ।

ସେ ଟ୍ବିଟରେ ଲେଖିଛନ୍ତି, ‘ଗୁଲାବୋ-ସିତାବୋ ଦେଖିବା ପରେ ମୁଁ କେବଳ ନିର୍ଦ୍ଦେଶକ ସୁଜିତ ସିରକାରଙ୍କୁ ପଚାରିବାକୁ ଚାହୁଁଛି ଯେ ସାର କଣ କରିବାକୁ ଚାହୁଁଥିଲେ ଆପଣ । ଇଚ୍ଛା କଣ ଥିଲା ? ଦେଖୁଥିବା ଦର୍ଶକଙ୍କ ଆତ୍ମା କାଢିବାକୁ ଚାହୁଁଥିଲେ । ଏହି ଫିଲ୍ମକୁ ହଲରେ ନରିଲିଜ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।’

ସବୁଠୁ ମଜାଦାର କଥା ହେଲା ଯେ କେଆରକେଙ୍କ ଏହି ଟ୍ବିଟର ଜବାବ ଦେଇଛନ୍ତି ସୁଜିତ । ଆଉ ଟ୍ବିଟ କରି ଲେଖିଛନ୍ତି, ‘ସାର ଆପଣ ମୋ ସବୁ ଫିଲ୍ମକୁ ଏତେ ପ୍ରେମ ଦେଇଛନ୍ତି ଯେ ଆପଣଙ୍କ ମେସେଜ ପଢିବାକୁ ମୁଁ ଉତ୍ସାହିତ ହୋଇଯାଉଛି । ଗୁଲାବୋ-ସିତାବୋ ଫିଲ୍ମ ଦେଖିବା ପାଇଁ ଧନ୍ୟବାଦ । ପୁଣି ଦେଖା ହେବା ଏହିଠାରେ ।’

ABOUT THE AUTHOR

...view details