ଚେନ୍ନାଇ: ଆଜି(ଶୁକ୍ରବାର) ଚେନ୍ନାଇର ଶ୍ରୀରାମଚନ୍ଦ୍ର ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି ଅଭିନେତା କମଲ ହାସନ । ୨୦୧୬ ମସିହାରେ ସେ ତାଙ୍କ ଘରେ ପଡ଼ିଯିବା ପରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଫଳରେ ତାଙ୍କୁ ଏକ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା । ମାତ୍ର ଗତ ନିର୍ବାଚନ କାଳରେ ସେ ଡାକ୍ତରଙ୍କ ପରାମର୍ଶ ନ ମାନି ପ୍ରଚାରରେ ବ୍ୟସ୍ତ ରହିଥିବାରୁ ପୁଣି ଗୋଡରେ ସମସ୍ୟା ଦେଖାଦେଇଥିଲା ।
ନିକଟରେ ଅଭିନେତା-ରାଜନେତା କମଲ ହାସନ ଗୋଡରେ ଅସ୍ତ୍ରୋପଚାର କରିଥିଲେ । ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି ।