ଓଡିଶା

odisha

ETV Bharat / sitara

କମଲ@65, ରିଅଲ ଲାଇଫ୍‌ର ରୋମାଣ୍ଟିକ ହିରୋ - କମଲ ହାସନଙ୍କ 65ତମ ଜନ୍ମଦିନ ନ୍ୟୁଜ

ଆଜି ନିଜର 65ତମ ଜନ୍ମଦିନ ପାଳନ କରୁଛନ୍ତି କମଲ ହାସନ । ଶିଶୁ କଳାକାର ରୂପେ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା କମଲ ଆଜି ତାମିଲର ସୁପରଷ୍ଟାର । ତେବେ ଆସନ୍ତୁ ଜନ୍ମଦିନରେ ଜାଣିବା ଏହି ସୁପରଷ୍ଟାରଙ୍କ କିଛି ରୋମାଞ୍ଚକଭରା ଜୀବନ କାହାଣୀ...

ଡିଜାଇନ ଫଟୋ

By

Published : Nov 7, 2019, 8:23 PM IST

ହାଇଦ୍ରାବାଦ: ନିଜ ଦମଦାର ଅଭିନୟ ଏବଂ ରାଜନୈତିକ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ତାମିଲ ସୁପରଷ୍ଟାର କମଲ ହାସନ କେବଳ ସାଉଥରେ ନୁହେଁ ପୁରା ବିଶ୍ବରେ ପ୍ରସିଦ୍ଧ। ‘ସଦମା’ ଫିଲ୍ମରୁ ‘ଚାଚି 420’ ଭଳି ସପୁରହିଟ୍ ଫିଲ୍ମ ଦେଇଥିବା କମଲଙ୍କ ଆଜି 65ତମ ଜନ୍ମଦିନ । ଆକ୍ସନ ଫିଲ୍ମ ବ୍ୟତୀତ କମଲ ରୋମାଣ୍ଟିକ ଫିଲ୍ମରେ ଅଭିନୟ କରି ଚକଲେଟି ହିରୋ ସାଜିଥିଲେ । ସେ କେବଳ ଜଣେ ମହାନ ଅଭିନେତା ନୁହଁ ବରଂ ଲୋକପ୍ରିୟ ନିର୍ଦ୍ଦେଶକ, ସ୍କ୍ରିପ୍ଟ ରାଇଟର, ପ୍ଲେବ୍ୟାକ ସିଙ୍ଗର ଓ ଭାରତନାଟ୍ୟମ ଟ୍ରେଣ୍ଡ ଡାନ୍ସର ମଧ୍ୟ । ସେ ଶିଶୁ କଳାକାର ରୂପେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ ଫ୍ୟାନକ୍ଲବ

କମଲଙ୍କ ପ୍ରଥମ ଫିଲ୍ମ ଥିଲା ‘କଲାଥୁର କନ୍ନମା’ । ଏହି ଫିଲ୍ମ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଥିଲା । ତାଙ୍କୁ ସାଉଥରେ ଷ୍ଟାର ସଜାଇବାରେ ପ୍ରସିଦ୍ଧ ନିର୍ଦ୍ଦେଶକ ବାଲଚନ୍ଦ୍ରଙ୍କ ବଡ ଯୋଗଦାନ ଥିଲା । କୁହାଯାଏ, ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ହିରୋ କରିବା ବ୍ୟକ୍ତି କମଲ ହିଁ ଥିଲେ । ଯେବେ ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଂଘର୍ଷ କରୁଥିଲେ, ସେହି ସମୟରେ ତାଙ୍କୁ କମଲଙ୍କ ଅପୋଜିଟ ସେକେଣ୍ଡ ମୁଖ୍ୟ ରୋଲ ମିଳିଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ ଫ୍ୟାନକ୍ଲବ

ଫିଲ୍ମ ହିଟ୍ ହେବା ସହ ରଜନୀକାନ୍ତକୁ ସବୁବେଳେ କମଲଙ୍କ ଫିଲ୍ମରେ କାମ ମିଳିଥିଲା । କିନ୍ତୁ ରଜନୀକାନ୍ତ ଫିଲ୍ମରେ ମୁଖ୍ୟ ଭୂମିକାରେ କାମ କରିବାକୁ ଚାହୁଁଥିଲେ । ଏହି କାରଣ ପାଇଁ କମଲ ତାଙ୍କ ସହ କାମ କରିବା ବନ୍ଦ କରିଦେଇଥିଲେ । ସେ ଚାହୁଁଥିଲେ ରଜନୀକାନ୍ତଙ୍କୁ ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ ମେକର୍ସ ନିଅନ୍ତୁ । କମଲଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ ଫ୍ୟାନକ୍ଲବ

କମଲ ପ୍ରଥମେ ନିଜ କଷ୍ଟ୍ୟୁମ ଡିଜାଇନର ବାଣୀ ଗଣପଥାୟା ବିବାହ କରିଥିଲେ । ପାଖାପାଖି 10 ବର୍ଷର ଦାମ୍ପତ୍ୟ ଜୀବନ ପରେ ତାଙ୍କ ଜୀବନରେ ଆସିଥିଲେ ସୁନ୍ଦରୀ ଅଭିନେତ୍ରୀ ସାରିକା । ଗୋଟିଏ ଫିଲ୍ମରେ ଦୁଇଜଣ ଏକାଠି କାମ କରିଥିଲେ । ଯାହାପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । କମଲଙ୍କ ପ୍ରେମ ସମ୍ପର୍କ ବିଷୟରେ ଯେବେ ପ୍ରଥମ ପତ୍ନୀ ବାଣୀଙ୍କୁ ଜଣାପଡିଲା ସେ ତାଙ୍କୁ ଛାଡପତ୍ର ଦେଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ ଫ୍ୟାନକ୍ଲବ

ଏହାପରେ କମଲ, ସାରିକାଙ୍କ ସହ ରହିବା ଆରମ୍ଭ କରିଦେଇଥିଲେ । ଦୁଇଜଣଙ୍କ ସମ୍ପର୍କ ସେହି ସମୟରେ ଖୁବ୍ ଚର୍ଚ୍ଚାରେ ମଧ୍ୟ ଥିଲା । 1988ରେ ସାରିକାଙ୍କୁ ବିବାହ କରିଥିଲେ କମଲ । ପ୍ରଥମ ଝିଅ ଅଭିନେତ୍ରୀ ଶୃତି ହସନଙ୍କୁ ଜନ୍ମ ପରେ ସାରିକା ଅଭିନୟ ଛାଡିଲେ । ଏହାପରେ ତାଙ୍କର 1991ରେ ଦ୍ବିତୀୟ ଝିଅ ଅକ୍ଷରା ହାସନ ଜନ୍ମ ହୋଇଥିଲେ । କିନ୍ତୁ 2002ରେ ସାରିକା ଓ କମଲ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ ଫ୍ୟାନକ୍ଲବ

ସାରିକାଙ୍କ ଠାରୁ ଅଲଗା ହେବା ପରେ କମଲ ନିଜଠାରୁ 22 ବର୍ଷ ସାନ ଅଭିନେତ୍ରୀ ସିମରନ ବଗ୍ଗାଙ୍କୁ ଡେଟ କରିବା ଆରମ୍ଭ କରିଥିଲେ । କିନ୍ତୁ ସିମରନ ନିଜ ପିଲାବେଳର ବନ୍ଧୁଙ୍କ ସହ ବିବାହ କରି କମଲଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ । ଏହାପରେ କମଲଙ୍କ ଜୀବନରେ ଗୌତମୀ ତଡିମଲ୍ଲା ଆସିଥିଲେ । 2005ରୁ 2016 ପର୍ଯ୍ୟନ୍ତ କମଲ ଗୌତମୀଙ୍କ ସହ ଲିଭଇନରେ ରହିଥିଲେ । ଏହାପରେ ଦୁଇଜଣ ଆପସବୁଝାମଣାରେ ଅଲଗା ହୋଇଯାଇଥିଲେ ।

ABOUT THE AUTHOR

...view details