ଓଡିଶା

odisha

ଜିତିଲେ ଯୋଗୀ, ଟ୍ରୋଲ ହେଲେ KRK

By

Published : Mar 10, 2022, 6:42 PM IST

ନିର୍ବାଚନ ପୂର୍ବରୁ ବିବାଦୀୟ ଅଭିନେତା କମଲ ଆର ଖାନ କହିଥିଲେ ଯେ, ଯଦି ବିଜେପି ଜିତିବେ, ସେ କଦାପି ଭାରତ ଆସିବେ ନାହିଁ । ଆଜି ସକାଳେ ସେ ଏମିତି ଅନେକ ଟ୍ୱିଟ୍ କରି ଥଟ୍ଟା କରି କହିଥିଲେ ଯେ ଯୋଗୀ ଜୀ, ଆଜି ଆପଣଙ୍କର ଶେଷ ଦିନ । ଏବେ ବିଜେପି ସମର୍ଥକ ଏହି କଥାକୁ ଧ୍ୟାନ ଆକର୍ଷଣ କରି KRKଙ୍କୁ ଟ୍ରୋଲ କରୁଛନ୍ତି । ଅଧିକ ପଢନ୍ତୁ

ଯୋଗୀ ଜିତିବା ପରେ ଜୋରଦାର ଟ୍ରୋଲ ହେଉଛନ୍ତି KRK
ଯୋଗୀ ଜିତିବା ପରେ ଜୋରଦାର ଟ୍ରୋଲ ହେଉଛନ୍ତି KRK

ହାଇଦ୍ରାବାଦ: ୟୁପିରେ ଚାଲିଲା ମୋଦି ମ୍ୟାଜିକ । ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ବିଜେପି ସରକାର ଗଢିବା ଏକପ୍ରକାର ଥୟ । ବିଜେପି କର୍ମୀ ସେଲିବ୍ରେସନ କରିବା ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ ପୁଣି ଟ୍ରୋଲ ହୋଇଛନ୍ତି ବିବାଦୀୟ ଅଭିନେତା କମଲ ଆର ଖାନ । ପୂର୍ବରୁ ସେ କହିଥିଲେ କି, ଯଦି ବିଜେପି ଜିତିବେ, ସେ କଦାପି ଭାରତ ଆସିବେ ନାହିଁ । ଏପରିକି ଟ୍ବିଟ କରି ଯୋଗୀ ଆଦିତ୍ୟ ନାଥଙ୍କୁ ଟ୍ରୋଲ କରିଥିଲେ । ସେ ଟ୍ବିଟ କରି ଲେଖିଥିଲେ କି, ଯୋଗୀ ଜୀ, ଆଜି ଆପଣଙ୍କର ଶେଷ ଦିନ । ଏହାକୁ ନେଇ ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି ବିଜେପି ସମର୍ଥକ ।

କମଲ ଆର ଖାନ

ନଜର ପକାନ୍ତୁ KRKଙ୍କ ଟ୍ବିଟ ଉପରେ (ନିର୍ବାଚନ ଫଳାଫଳ ଦିନ)

ମାର୍ଚ୍ଚ 10 ତାରିଖ ସକାଳ 6.39 ରେ KRK ଏକ ଟ୍ୱିଟରେ ଲେଖିଥିଲେ, 'ଶୁଭ ସକାଳ ଯୋଗୀ ଜୀ। କେମିତି ଅଛନ୍ତି ? ଆଜି ଆପଣଙ୍କର ଶେଷ ଦିନ ସାର୍, ଭାବିଲି ଟିକେ ମନେ ପକାଇ ଦେବି '

ମାର୍ଚ୍ଚ 10 ତାରିଖ ସକାଳ 9.11ରେ KRKଙ୍କ ଆଉ ଏକ ଟ୍ୱିଟ୍ - ୟୁପିରେ ପୁନର୍ବାର ଜିତିବା ପାଇଁ ଅଭିନନ୍ଦନ @myogiadityanath Ji @narendramodi Ji & @AmitShah।

17 ଫେବୃଆରୀ 2022ରେ KRK ଏକ ଟ୍ୱିଟରେ ଲେଖିଥିଲେ, 'ଆଜି ମୁଁ ଏକ ପ୍ରତିଶ୍ରୁତି ନେଉଛି ଯେ ଯଦି ଯୋଗୀ ଜୀ @myogiadityanath 10 ମାର୍ଚ୍ଚ 2022ରେ ପରାସ୍ତ ନହୁଅନ୍ତି, ତେବେ ମୁଁ ଆଉ ଭାରତକୁ ଫେରିବି ନାହିଁ ! ଜୟ ବଜରଙ୍ଗବାଲି !

କମଲ ଆର ଖାନ

ବର୍ତ୍ତମାନ KRK ତାଙ୍କ ଟ୍ୱିଟ୍ ପାଇଁ ଏତେ ଟ୍ରୋଲ୍ ହେଉଛନ୍ତି ଯେ ତାଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡିଲାଣି । ଜଣେ ୟୁଜର ଲେଖିଛନ୍ତି, 'ଭାଇ ସାହାବ ଆପଣ କହିଥିଲେ ଯେ ଯଦି ଯୋଗୀ ବାବା ପୁନର୍ବାର ୟୁପିରେ ଆସନ୍ତି, ତେବେ ଆପଣ ଟ୍ୱିଟର ଛାଡିଦେବ । ଯଦି ଆପଣ ପ୍ରକୃତରେ ଜଣେ ପୁରୁଷ, ତା’ହେଲେ ଦେଇଥିବା କଥା ତ ମାନନ୍ତୁ । ’ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ମୂର୍ଖଙ୍କ ବୟାନ ସନ୍ଧ୍ୟା ସୁଦ୍ଧା ପୁଣି ବଦଳିଯିବ । ଆପଣ ଦେଖନ୍ତୁ । ଜଣା ନାହିଁ ଲୋକମାନେ କାହିଁକି ଏହିଭଳି ମୂର୍ଖକୁ ଫଲୋ କରୁଛନ୍ତି ।

କମଲ ଆର ଖାନ

ବର୍ତ୍ତମାନ ପୁଣି ଥରେ ନିଜ ମଙ୍ଗ ବଦଳାଇ KRK ଟ୍ୱିଟ୍ କରି ଲେଖିଛନ୍ତି, 'ଭବିଷ୍ୟବାଣୀ 65, ଯଦି ଭାରତବାସୀ ସବୁକିଛି କଷ୍ଟ ସହିବା ପରେ ବି ଯଦି ପାଞ୍ଚଟି ରାଜ୍ୟରେ ବିଜେପିକୁ ଜିତାଇ ଦିଅନ୍ତି, ତେବେ 2024 ରେ ମଧ୍ୟ ବିଜେପି ଜିତିବ। ନରେନ୍ଦ୍ର ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details