ମୁମ୍ବାଇ: ପରିଶେଷରେ ରିଲିଜ ହୋଇଛି ଫିଲ୍ମ ନର୍ମାତା କରନ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ କଲଙ୍କର ଟାଇଟଲ ଟ୍ରାକ 'କଲଙ୍କ ନହୀଂ ଇଶ୍କ ହେ କାଜଲ ପିୟା' । ଏହି ଗୀତରେ ଆଲିୟା ଭଟ୍ଟ ଓ ବରୁଣ ଧୱନଙ୍କ ଲଭ କେମେଷ୍ଟ୍ରି ଖୁବ୍ ଶାନଦାର ରୂପେ ଉପସ୍ଥାପନ କରାଯାଇଛି । ଗୀତରେ ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର ଏବଂ ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡି ମଧ୍ୟ ଦେଖିବାକୁ ମିଳିଛି ।
ଗୀତଟିକୁ କରନ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଜଣାଇ ଦେଉଛୁ ଯେ ଏହି ଗୀତର ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟଲେଖିଛନ୍ତି । ଅନ୍ୟପଟେ ମ୍ୟୁଜିକ ପ୍ରୀତମ ଦେଇଥିବାବେଳେ ଗୀତଟିକୁ ଗାଇଛନ୍ତି ଅରଜିତ ସିଂହ ।