ନୂଆଦିଲ୍ଲୀ: କୋରୋନା ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ବର୍ତ୍ତମାନ ବଲିଉଡ ସେଲିବ୍ରିଟିମାନେ ତାଙ୍କ ଘରେ ରହି ପରିବାର ସହିତ ଲକଡାଉନ ସମୟ ବିତାଉଛନ୍ତି । ଲକଡାଉନ କାରଣରୁ କେହି ବାହାରକୁ ମଧ୍ୟ ଯାଇପାରୁନାହାଁନ୍ତି ।
ଏହି ସମୟରେ ବଲିଉଡ ଅଭିନେତ୍ରୀ କାଜୋଲ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଦିଲୱାଲେ ଦୁଲହାନିଆଲେ ଜାୟେଙ୍ଗେ’ରୁ ଏକ ସୁନ୍ଦର କ୍ଲିକ୍ ପୋଷ୍ଟ କରିଛନ୍ତି । ଏହି ଫଟୋ ପୋଷ୍ଟ କରି କାଜୋଲ ଏହାକୁ ବର୍ତ୍ତମାନର ସ୍ଥିତି ସହିତ ଯୋଡିଥିଲେ । ଏହି ଫଟୋ ସହିତ କଜୋଲ କ୍ୟାପସନ୍ ଲେଖିଛନ୍ତି, ଫ୍ଲାସବ୍ୟାକ୍ । ଯେତେବେଳେ ଆମେ ବାହାରକୁ ଯିବା ପାଇଁ ଏମିିତି ପୋଷାକ ପିନ୍ଧିଥାଉ । #ଲୁକିଙ୍ଗ ବ୍ୟାକ । କାଜୋଲଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।