ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଏମିତି କିଛି ଫିଲ୍ମ ନିର୍ମାଣ ହୋଇଛି, ଯାହାର ଚର୍ଚ୍ଚା ସବୁବେଳେ ହୋଇଥାଏ । ଏହି କ୍ରମରେ ସାମିଲ ଅଛନ୍ତି ଶାହରୁଖ ଖାନ ଓ କାଜଲଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦୁଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’।
ନିକଟରେ ଫିଲ୍ମ ‘ଡିଡିଏଲଜେ’ ରିଲିଜକୁ 25 ବର୍ଷ ପୂରଣ ହୋଇଥିଲା । ଏହି ଅବସରରେ ଏହି ଫିଲ୍ମର ସମସ୍ତେ ସେଲିବ୍ରିଟି ନିଜ ନିଜ ଅନ୍ଦାଜରେ ଏହାକୁ ସେଲିବ୍ରେଟ କରିଥିଲେ । ଯାହା ପରେ କାଜୋଲ ମଧ୍ୟ ସୋସିଆଲ ମିଡିଆରେ ଲଗାତାର ପୋଷ୍ଟ କରୁଛନ୍ତି । ବର୍ତ୍ତମାନ କାଜୋଲ ଫିଲ୍ମର ଏକ ସିନ ପୋଷ୍ଟ କରିଛନ୍ତି ।
ବାସ୍ତବରେ, ଏହି ପୋଷ୍ଟଟି ଏକ ସାବୁନ୍ ଆଡଭଟାଇଜମେଣ୍ଟ । କିନ୍ତୁ ଫିଲ୍ମ ‘ଡିଡିଏଲଜେ ସହିତ ସଂଯୋଗ କରି ଏହା ପ୍ରସ୍ତୁତ କରାଯାଇଛି । ଏହା ଅତ୍ୟନ୍ତ ମଜାଳିଆ ହୋଇଛି ।