ଓଡିଶା

odisha

By

Published : Mar 29, 2020, 9:14 AM IST

ETV Bharat / sitara

'ରାମାୟଣ' ଉପଭୋଗ କଲେ କାଜଲ

ଆଜି ସକାଳ 9 ଟାରେ 'ରାମାୟଣ'ର ପ୍ରଥମ ଏପିସୋଡ ଡିଡି ନ୍ୟାସନାଲରେ ପୁନଃ ପ୍ରସାରିତ ହୋଇଥିଲା । ଯାହାକୁ ଅଭିନେତ୍ରୀ କାଜଲ ଅଗ୍ରୱାଲ ଉପଭୋଗ କରିଛନ୍ତି । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ଖୁସି ସେୟାର କରିଛନ୍ତି । ଆହୁରି ପଢନ୍ତୁ...

kajal aggarwal enjoys retelecast of ramayana on dd
'ରାମାୟଣ' ଉପଭୋଗ କରିଲେ କାଜଲ ଅଗ୍ରୱାଲ

ମୁମ୍ବାଇ: 'ସିଘଂମ' ଅଭିନେତ୍ରୀ କାଜଲ ଅଗ୍ରୱାଲ ଆଇକନିକ ଟିଭି ସିରିଏଲ 'ରାମାୟଣ'ର ପୁନଃ ପ୍ରସାରଣ ଦେଖିଥିଲେ । ଅଭିନେତ୍ରୀ ଟ୍ବିଟ କରି କହିଛନ୍ତି, 'ରାମାୟଣ' ଦେଖି ମୁଁ ପିଲାଦିନକୁ ଫେରି ଯାଇଥିଲି । @ଡିଡିନ୍ୟାସନାଲରେ ସମଗ୍ର ପରିବାର ସହିତ # ରାମାୟଣ ଏବଂ # ମହାଭାରତ .. ଏହା ଆମର ନିତିଦିନିଆ । ଆଜି ମୁଁ ବହୁତ ଖୁସି ଯେ ଏହା ପୁଣି ଆରମ୍ଭ ହୋଇଛି, ପିଲାମାନଙ୍କ ପାଇଁ ଭାରତୀୟ ପୁରାଣ ଶିଖିବା ହେଉଛି ସର୍ବୋତ୍ତମ ଉପାୟ ।

ଲକଡାଉନ ସମୟରେ 'ରାମାୟଣ' ପୁନଃ ପ୍ରସାରିତ ହେଉଛି । ଶନିବାର ଦିନ ପ୍ରଥମ ଟେଲିକାଷ୍ଟ ସକାଳ 9 ଟାରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ରାତି 9 ଟାରେ ପ୍ରସାରିତ ହେବ । ଏହି କ୍ରମରେ, ପ୍ରତ୍ୟେକ ଶନିବାର 'ରାମାୟଣ' ଡିଡି ନ୍ୟାସନାଲରେ ଦୁଇଥର ପ୍ରଦର୍ଶିତ ହେବ |

ରାମାନନ୍ଦ ସାଗରଙ୍କ ରାମାୟଣକୁ 'ରାମାନନ୍ଦ ରାମାୟଣ' ମଧ୍ୟ କୁହାଯାଏ ।

1987 ରୁ 1988 ପର୍ଯ୍ୟନ୍ତ ପ୍ରସାରଣ ସମୟରେ 'ରାମାୟଣ' କେବଳ ଦେଶରେ ନୁହେଁ, ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ସିରିଏଲ ହୋଇଥିଲା । ଜୁନ 2003 ସୁଦ୍ଧା, ଏହା ଲିମ୍କା ବୁକ ଅଫ ରେକର୍ଡସରେ ଦୁନିଆର ସବୁଠୁ ଅଧିକ ଦେଖାଯାଇଥିବା ପୌରାଣିକ ସିରିଏଲ ଭାବରେ ରେକର୍ଡ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details