ଓଡିଶା

odisha

ETV Bharat / sitara

ଗୌତମଙ୍କୁ ସାତ ଜନ୍ମର ସାଥି କଲେ କାଜଲ - ଗୌତମଙ୍କୁ ସାତ ଜନ୍ମର ସାଥି କଲେ କାଜଲ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସେ ତାଙ୍କ ବୟଫ୍ରେଣ୍ତ ବିଜନେସମ୍ୟାନ ଗୌତମ କିଚଲୁଙ୍କ ସହ ମୁମ୍ବାଇର ଏକ ହୋଟେଲରେ ବିବାହ କରିଛନ୍ତି । ଅଧିକ ପଢନ୍ତୁ...

kajal agarwal start new journey marries gautam kitchlu
ଗୌତମଙ୍କୁ ସାତ ଜନ୍ମର ସାଥି କଲେ କାଜଲ

By

Published : Oct 30, 2020, 10:25 PM IST

ନୂଆଦିଲ୍ଲୀ: ସିଙ୍ଘମ ଫିଲ୍ମରୁ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ତାଙ୍କ ବୟଫ୍ରେଣ୍ତ ବିଜନେସମ୍ୟାନ ଗୌତମ କିଚଲୁଙ୍କ ସହ ମୁମ୍ବାଇର ଏକ ହୋଟେଲରେ ବିବାହ କରିଛନ୍ତି । କୋରୋନା କାରଣରୁ ତାଙ୍କ ବିବାହରେ ବହୁତ କମ୍ ଲୋକ ଯୋଗ ଦେଇଥିଲେ । ଏହି ବିବାହ କେବଳ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିଲା ।

ସୋସିଆଲ ମିଡଆରେ ଭାଇରାଲ ହେଉଛି ଏହି ଯୋଡିଙ୍କ ବିବାହ ଭିଡିଓ ଓ ଫଟୋ । ଏବେ ଦୁହେଁ ସେମାନଙ୍କର ନୂଆ ଯାତ୍ରା ଆରମ୍ଭ କରିଛନ୍ତି ।

ନିକଟରେ, କାଜଲ ଏବଂ ଗୌତମଙ୍କ ବରମାଳାର ଫଟୋ ସାମ୍ମନାକୁ ଆସିଛି ।

ଫଟୋରେ କାଜଲ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ଗୌତମ ଧଳା ରଙ୍ଗର ଶେରୱାନି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଫଟୋରେ ଦମ୍ପତି ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ସୋସିଆଲ ମିଡିଆରେ ସେମାନଙ୍କ ବିବାହ ସ୍ଥାନର ଫଟୋ ମଧ୍ୟ ଭାଇରାଲ ହୋଉଛି । ବିବାହ ସ୍ଥାନ ଗୁଡିକୁ ଧଳା ଫୁଲରେ ସଜାଯାଇଛି । ସବୁକିଛି ବହୁତ କ୍ଲାସୀ ଦେଖାଯାଉଛି ।

ABOUT THE AUTHOR

...view details