ଓଡିଶା

odisha

ETV Bharat / sitara

ବଦଳିଗଲା ଭାଗ୍ୟ, କଚ୍ଚା ବାଦାମ ଗାୟକଙ୍କୁ ମିଳିଲା ୩ ଲକ୍ଷ - ଭୁବନ ବାଦ୍ୟକରଙ୍କୁ ଟଙ୍କା ଦେଲା ମ୍ୟୁଜିକ୍ କମ୍ପାନୀ

ବାଦାମ ବାଦାମ ଦାଦା କଚ୍ଚା ବାଦାମ ଗୀତ ଗାଇ ରାତାରାତି ଷ୍ଟାର ହୋଇଥିବା ଭୁବନ ବାଦ୍ୟକର ଆଉ ବାଦାମ ବିକିବେନି । ସର୍ବଶେଷରେ, ଯାହାକୁ ନେଇ ସେ ଅଭିଯୋଗ କରୁଥିଲେ ତାହା ଦୂର ହୋଇଛି । ଅଧିକ ପଢନ୍ତୁ

କାଚ୍ଚା ବାଦାମ ଗାୟକ ଭୁବନ ବାଦ୍ୟକରଙ୍କୁ ୩ ଲକ୍ଷ ଟଙ୍କା ଦେଲା ମ୍ୟୁଜିକ୍ କମ୍ପାନୀ
କାଚ୍ଚା ବାଦାମ ଗାୟକ ଭୁବନ ବାଦ୍ୟକରଙ୍କୁ ୩ ଲକ୍ଷ ଟଙ୍କା ଦେଲା ମ୍ୟୁଜିକ୍ କମ୍ପାନୀ

By

Published : Feb 18, 2022, 3:05 PM IST

ହାଇଦ୍ରାବାଦ:ଭୁବନ ବାଦ୍ୟକର ଆଉ ବାଦାମ ବିକିବେ ନାହିଁ । “ବାଦାମ ବାଦାମ ଦାଦା କାଚ୍ଚା ବାଦାମ, ଆମାର କାଛେ ନାଇତୋ ବୁବୁ ବାଜା ବାଦାମ..,ଆମାର କାଛେ ପାବେ ସୁଧୁ ବାଜା ବାଦାମ…”ଗୀତ ଗାଇ ରାତାରାତି ଷ୍ଟାର ହୋଇଥିବା ଭୁବନ ବାଦ୍ୟକର ଆଉ ବାଦାମ ବିକିବେନି । ସର୍ବଶେଷରେ, ଯାହାକୁ ନେଇ ସେ ଅଭିଯୋଗ କରୁଥିଲେ ତାହା ଦୂର ହୋଇଛି । ଗୁରୁବାର ଇଲାମବଜାରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନ ବାଦ୍ୟକର ଏହି ଘୋଷଣା କରିଛନ୍ତି ।

ଭୁବନ ବାଦ୍ୟକରଙ୍କୁ ଏକ ମ୍ୟୁଜିକ୍ କମ୍ପାନୀ (Kacha Badam singers gets 3 lakhs) ତାଙ୍କ ଭାଇରାଲ ଗୀତ ପାଇଁ 3 ଲକ୍ଷ ଟଙ୍କା ଦେଇଛନ୍ତି। ଏତଦ୍‌ବ୍ୟତୀତ ପଶ୍ଚିମବଙ୍ଗର ପୋଲିସ ମଧ୍ୟ ଭୁବନକୁ ସମ୍ମାନିତ କରିଛି। କେବଳ ଏତିକି ନୁହେଁ ଦିଲ୍ଲୀ, ମୁମ୍ବାଇ ଏବଂ ବାଂଲାଦେଶରୁ ଭୁବନ ବାଦାଇକରଙ୍କୁ ଅନେକ ଅଫର ମିଳୁଛି। ଏନେଇ ଭୁବନ କହିଛନ୍ତି, ସେ ଏବେ ସେଲିବ୍ରିଟି ହୋଇଯାଇଛି । ଯଦି ମୁଁ ସେଲିବ୍ରିଟି ହୋଇ ସେ ବାଦାମ ବିକିବାକୁ ଚେଷ୍ଟା କରିବି, ତେବେ ସମସ୍ତେ ତାଙ୍କୁ ଘେରିଯିବେ । ଫଳରେ ସେ ବାଦାମ ବିକ୍ରି କରିପାରିବେ ନାହିଁ । ଏବେ ସେ ଗୀତ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚିଯାଇଛନ୍ତି । ଭବିଷ୍ୟତରେ ଆଉ ତାଙ୍କୁ ବାଦାମ ବିକ୍ରି କରିବାକୁ ପଡ଼ିବ ନାହିଁ ବୋଲି ସେ ଆଶାପ୍ରକଟ କରିଛନ୍ତି ।

କିଛି ଦିନ ପୂର୍ବରୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଭୁବନ ବାଦ୍ୟକର ଦୁଃଖ ପ୍ରକାଶ କରିଥିଲେ ଯେ ସେ ଏହି ଗୀତଟିକୁ ଏକ ମ୍ୟୁଜିକ୍ ଷ୍ଟୁଡିଓରେ ସୁଟିଂ କରିଥିଲେ ଏବଂ ଏହାର ଅଡିଓ-ଭିଡିଓ ମଧ୍ୟ ରେକର୍ଡ କରିଥିଲେ କିନ୍ତୁ ତାଙ୍କୁ ଟଙ୍କା ମିଳିଲାନି। ଭୁବନ କହିଥିଲେ ଯେ ଯିଏ ଆସୁଛି, ସିଏ ତାଙ୍କ ସହ ଏକ ଭିଡିଓ ସୁଟିଂ କରି ଚାଲିଯାଉଛି କିନ୍ତୁ ତାଙ୍କ ହକ୍‌ ତାଙ୍କୁ ମିଳୁନାହିଁ।

ଖୁବ୍ ଶୀଘ୍ର ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଦାବି କରିଥିଲେ ଯେ ଭୁବନକୁ ତାଙ୍କ ହକ ତାଙ୍କୁ ଦିଆଯାଉ। କେବଳ ଏତିକି ନୁହେଁ ଭୁବନର ଗ୍ରାମବାସୀ ଭୁବନକୁ ଭେଟିବା ପାଇଁ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାରଣ କରିଥିଲେ। ଗ୍ରାମବାସୀମାନେ କହିଥିଲେ ଯେ, ବିନା ଅନୁମତିରେ ଭୁବନଙ୍କୁ କେହି ଭେଟି ପାରିବେ ନାହିଁ, କାରଣ ତାଙ୍କର ଶୋଷଣ କରାଯାଉଛି।

ବର୍ତ୍ତମାନ ସେହି ମ୍ୟୁଜିକ୍ ଷ୍ଟୁଡିଓ ଭୁବନ ବାଦ୍ୟକରଙ୍କୁ ଲକ୍ଷେ ଟଙ୍କା ଦେଇଛନ୍ତି, ଯେଉଁମାନେ ଭୁବନଙ୍କ ସହ 'କାଚ୍ଚା ବାଦାମ' ଗୀତର ରିମିକ୍ସ ସଂସ୍କରଣ ରେକର୍ଡ କରିଥିଲେ। ଗୁରୁବାର ଦିନ Godhulibelia Music ଭୁବନ ବାଦ୍ୟକରଙ୍କୁ 3 ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି ଏବଂ ତାଙ୍କ ସହ ଏକ କଣ୍ଟ୍ରାକ୍ଟ ସାଇନ ମଧ୍ୟ କରିଛନ୍ତି। Godhulibelia Musicର ଗୋପାଳ ଘୋଷ କହିଛନ୍ତି, “ଆମେ ଭୁବନ ଦାଙ୍କ ସହ 3 ଲକ୍ଷ ଟଙ୍କା ଚୁକ୍ତି କରିଛୁ। ଆମେ ସେମାନଙ୍କୁ 1.5 ଲକ୍ଷ ଟଙ୍କା ଦେଇ ସାରିଛୁ। ଆସନ୍ତା ସପ୍ତାହରେ ସେ ବଳକା ଟଙ୍କା ପାଇବେ ।

ପଶ୍ଚିମବଙ୍ଗ ପୋଲିସ ସମ୍ମାନିତ କରିଛି

ଅନ୍ୟପକ୍ଷରେ ଭୁବନ ବାଦ୍ୟକରଙ୍କୁ ତାଙ୍କ ପ୍ରତିଭା ପାଇଁ ପଶ୍ଚିମବଙ୍ଗ ପୋଲିସ ସମ୍ମାନିତ କରିଛି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଠାରେ ଭୁବନ ସମସ୍ତ ପୋଲିସ କର୍ମଚାରୀଙ୍କ ସାମ୍ନାରେ 'କାଚା ବାଦାମ' ଗୀତ ମଧ୍ୟ ଗାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details