ମୁମ୍ବାଇ: ନ୍ୟାସନାଲ ଆୱାର୍ଡ ଜିତିସାରିଥିବା ଆୟୁଷ୍ମାନ ଖୁରାନାଙ୍କ ବ୍ଲକବଷ୍ଟର ଫିଲ୍ମ ‘ବଧାଇ ହୋ’ପରେ ଏବେ ଜଙ୍ଗଲୀ ପିକ୍ଚର୍ସ ଖୁବଶୀଘ୍ର ନେଇକି ଫେରିବ ଏହି ସିରିଜର ଦ୍ବିତୀୟ ପାର୍ଟ। ଯାହାର ଟାଇଟଲ ରଖାଯାଇଛି ‘ବଧାଇ ଦୋ’ । ଟାଇଟଲରୁ ହିଁ ଜଣାପଡିଯାଉଛି ଯେ ଏହା ଏକ ଫ୍ୟାମିଲି ଡ୍ରାମା ଫିଲ୍ମ । ଯେଉଁଥିରେ ନିଆରା କାହାଣୀକୁ ପର୍ଯ୍ୟବେଶିତ କରାଯିବ।
ଏବେ ଦର୍ଶକଙ୍କୁ 'ବଧାଇ ଦୋ' କହିବେ ରାଜକୁମାର-ଭୂମି - ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ବଧାଇ ଦୋ
ଘୋଷଣା ହେଲା ଜଙ୍ଗଲୀ ପିକ୍ଚର୍ସର ଆଗାମୀ ଫିଲ୍ମ ‘ବଧାଇ ଦୋ’ । 2018ରେ ଆସିଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ଏହାର ସିକ୍ବେଲ ଫିଲ୍ମ। ଅଧିକ ଖବର ପଢନ୍ତୁ...
![ଏବେ ଦର୍ଶକଙ୍କୁ 'ବଧାଇ ଦୋ' କହିବେ ରାଜକୁମାର-ଭୂମି film](https://etvbharatimages.akamaized.net/etvbharat/prod-images/768-512-6350650-thumbnail-3x2-filmjpeg.jpg)
ଡିଜାଇନ ଫଟୋ
ଏହି କମେଡି ଫିଲ୍ମରେ ମସ୍ତିର ତଡକା ଲଗାଇବେ ଫେମସ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ଭୂମି ପେଡନେକର। ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଫେମସ ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ । ଯିଏ ପୂର୍ବରୁ ଅନେକ ବିଜ୍ଞାପନ ଏବଂ ‘ହଣ୍ଟର 2015’ ନିର୍ଦ୍ଦେଶିତ କରିସାରିଛନ୍ତି।
ଫିଲ୍ମରେ ରାଜକୁମାର ଦିଲ୍ଲୀ ପୋଲିସ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ଭୂମି ସ୍କୁଲର ପିଟି ଟିଚର ଭୂମିକାରେ ଦେଖାଯିବେ। ଏହାର ପୂର୍ବରୁ ଫିଲ୍ମରେ ଆୟୁଷ୍ମାନଙ୍କ ସହ ରୋମାନ୍ସ କରିଥିଲେ ସନୟା ମଲହୋତ୍ରା।