ଓଡିଶା

odisha

By

Published : May 31, 2021, 5:24 PM IST

ETV Bharat / sitara

ଭାରତରେ 5G ଟେକ୍ନୋଲୋଜି ବିରୋଧରେ କୋର୍ଟର ଦ୍ବାରସ୍ଥ ହେଲେ ଜୁହି ଚାୱଲା

ମୋବାଇଲ ଫୋନର 5G ଟେକ୍ନୋଲୋଜିକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଜୁହି ଚାୱଲା । ଅଧିକ ପଢନ୍ତୁ...

ଭାରତରେ 5G ଟେକ୍ନୋଲୋଜୀ ବିରୋଧରେ କୋର୍ଟର ଦ୍ବାରସ୍ତ ହେଲେ ଜୁହି ଚାୱଲା
ଭାରତରେ 5G ଟେକ୍ନୋଲୋଜୀ ବିରୋଧରେ କୋର୍ଟର ଦ୍ବାରସ୍ତ ହେଲେ ଜୁହି ଚାୱଲା

ନୂଆଦିଲ୍ଲୀ: ଗତ କିଛି ବର୍ଷରୁ ମୋବାଇଲ ଫୋନର 5G ଟେକ୍ନୋଲୋଜିକୁ ନେଇ ଚିନ୍ତା ପ୍ରକଟ କରିଆସୁଛନ୍ତି ବଲିଉଡ ଅଭିନେତ୍ରୀ ଜୁହି ଚାୱଲା । ଅଭିନେତ୍ରୀଙ୍କ କହିବାନୁଯାୟୀ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ରେଡିଓ ଫ୍ରିକ୍ୱେନ୍ସିର ସମ୍ଭାବିତ ହାନିକାରକ ପ୍ରଭାବ ବିଶ୍ଳେଷଣ ନକରି 5ଜି ଲାଗୁ କରିବା ଉଚିତ ନୁହେଁ ।

ବର୍ତ୍ତମାନ ଏହି ମାମଲାକୁ ଆଗକୁ ନେଇ ଅଭିନେତ୍ରୀ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । ଜୁହି ଚାୱଲା ବର୍ତ୍ତମାନ ଭାରତରେ 5ଜି ଟେକ୍ନୋଲୋଜିର ପ୍ରୟୋଗ ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁହି ଚାୱଲା ଭାରତ ସରକାରଙ୍କ ଟେଲିକମ ମନ୍ତ୍ରଣାଳୟରୁ ତାଙ୍କ ଆବେଦନରେ ଜନସାଧାରଣ, ସମସ୍ତ ପ୍ରାଣୀ, ଜଙ୍ଗଲ ଏବଂ ପରିବେଶ ଉପରେ 5ଜି ଟେକ୍ନୋଲୋଜି ପ୍ରୟୋଗର ପ୍ରଭାବକୁ ଅତି ନିକଟରୁ ଅନୁଧ୍ୟାନ କରିବାକୁ କହିଛନ୍ତି । ଭାରତରେ ଏହାକୁ କାର୍ଯ୍ୟକାରୀ କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବାକୁ ଆବେଦନ କରିଛନ୍ତି ଜୁହି ।

ଜୁହି ଚାୱଲା ରେଡିଏସନ ବିରୋଧରେ ସଚେତନତା ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି । ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ର 5ଜି କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ସମୟରେ ଜୁହି ପ୍ରଶ୍ନ କରିଛନ୍ତି ଯେ ଏହି ନୂତନ ପ୍ରଯୁକ୍ତିବିଦ୍ୟା ଉପରେ କ’ଣ ମହତ୍ବପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି?

ABOUT THE AUTHOR

...view details