ମୁମ୍ବାଇ: ନିର୍ମାତା କରନ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ ପୁଣି ଆରମ୍ଭ ହେବାକୁ ଯାଉଛି । କାରଣ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ନୀତୁ ସିଂ ବର୍ତ୍ତମାନ କୋରୋନାକୁ ମାତ୍ ଦେଇ ଚଣ୍ଡିଗଡକୁ ଯାତ୍ରା କରିସାରିଛନ୍ତି । ଶୁକ୍ରବାର ଏହି ଯୋଡିଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଏହାସହ ଫିଲ୍ମର ଅନ୍ୟ କଳାକାର ଅନିଲ କପୁର ଓ କିୟାରା ଆଡଭାନୀ ମଧ୍ୟ ସୁଟିଂରେ ଯୋଗ ଦେବାକୁ ଚଣ୍ଡିଗଡରେ ପହଞ୍ଚିଛନ୍ତି ।
ନିକଟରେ ‘ଜୁଗ୍ ଜୁଗ୍ ଜିଓ’ର ସବୁ ଷ୍ଟାର୍ସଙ୍କୁ କୋରୋନା ହେବା କଥା ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହା ପରେ ସମସ୍ତଙ୍କ କୋରୋନା ଟେଷ୍ଟ କରାଗଲା । ଯେଉଁଥିରେ ବରୁଣ ଓ ନୀତୁଙ୍କ ଟେଷ୍ଟ ପଜିଟିଭି ଆସିବାରୁ ଫିଲ୍ମର ସୁଟିଂ ଅଧାରେ ବନ୍ଦ କରିଦେଇଥିଲେ ମେକର୍ସ । ଆଉ ସବୁ କଳାକାର ଚଣ୍ଡିଗଡରୁ ମୁମ୍ବାଇ ଫେରିଆସିଥିଲେ ।